ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ବେଡସିଟ ବେକରେ ଲଗାଇ କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନରଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ବରମୁଣ୍ଡାସ୍ଥିତ ଗଜ ହାଉସିଂ ବୋର୍ଡ କଲୋନୀ L-338ରୁ ଏକେ ଧଳଙ୍କ ମୃତଦେହକୁ ଉଦ୍ଧାର କରିଛି କମିଶନରେଟ ପୋଲିସ ।
ତେବେ ଶନିବାର ରାତି ୯ଟା ସମୟରେ ମୃତଦେହ ଜବତ ହୋଇଥିବାବେଳେ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ଖଣ୍ଡଗିରି ଥାନା ପୋଲିସ । ଘରେ କେହି ନଥିବାବେଳେ ପତ୍ନୀ ଓ ଝିଅ ଜଣେ ସମ୍ପର୍କୀୟଙ୍କ ସୁଧ କ୍ରିୟାରେ ଯୋଗଦେବାକୁ ଯାଇଥିବା ସମୟରେ ଆତ୍ମହତ୍ୟା କରିଛନ୍ତି ଏକେ ଧଳ ।