ଭୁବନେଶ୍ବର:କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବିତୀୟ କିସ୍ତି ଅର୍ଥ ସହାୟତା । ଓଡିଶା ସମେତ ୨୨ଟି ରାଜ୍ୟ ପାଇଁ ସହାୟତା ଦେଇଛନ୍ତି କେନ୍ଦ୍ର ସରକାର ।
ମୋଟ ୮୯୦ କୋଟି ୩୨ ଲକ୍ଷ ଟଙ୍କାର ସହାୟତା ରାଶି ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଘାଷଣା କରିଛନ୍ତି ମୋଦି ସରକାର । ଏହା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୩ ହଜାର କୋଟି ଟଙ୍କା ସହାୟତା ଦେଇଥିଲେ ।