ଓଡିଶା

odisha

ETV Bharat / city

କେନ୍ଦ୍ର ସହ ରାଜ୍ୟର ଆଲୋଚନା, ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ପାଇଁ ଦେଲେ ନିର୍ଦ୍ଦେଶ - ଓମିକ୍ରନ ମୁକାବିଲା ବୈଠକ

ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ରାଜ୍ୟ ସହ ଆଲୋଚନା କଲା କେନ୍ଦ୍ର । ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ସହ ଟୀକାକରଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ପାଇଁ କେନ୍ଦ୍ରର ନିର୍ଦ୍ଦେଶ
ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

By

Published : Jan 2, 2022, 8:02 PM IST

Updated : Jan 2, 2022, 8:48 PM IST

ଭୁବନେଶ୍ବର: ବଢୁଛି ସଂକ୍ରମଣ, ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ସହ ଟୀକାକରଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ।

କେନ୍ଦ୍ର ସହ ରାଜ୍ୟର ଆଲୋଚନା, ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ପାଇଁ ଦେଲେ ନିର୍ଦ୍ଦେଶ
କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଆଜି(ରବିବାର) ଏକ ରିଭ୍ୟୁ ବୈଠକ ବସିଛି । ବୈଠକ ପରେ ପ୍ରତିକ୍ରିୟା ରଖି ସ୍ବାସ୍ଥ୍ଯ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଆଗକୁ ଯଦି ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଏ ତେବେ ମୁକାବିଲା ନେଇ କେନ୍ଦ୍ର ସହ ଆଲୋଚନା ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଖା ଯାଉଛି ଯେ, ୯୦ ପ୍ରତିଶତ ଲୋକ ଲକ୍ଷଣ ନଥାଇ ହୋମ ଆଇସୋଲେସନରେ ଅଛନ୍ତି । ଯେଉଁମାନେ ହୋମ ଆଇସୋଲେସନରେ ଅଛନ୍ତି ସେମାନଙ୍କୁ RRT ଟିମ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ, ସେମାନଙ୍କର ଚିକିତ୍ସା, ପ୍ରଥମ ଓ ଦ୍ଵିତୀୟ ଲହରରେ ଯେଉଁ ସର୍ଭିଲାନ୍ସ କରାଯାଇଥିଲା ତାକୁ ଆହୁରି ଜୋର୍ ଦାର କରାଯିବା ଉପରେ ଆଲୋଚନା ହୋଇଛି ।

ଏହା ସହ ସେ କହିଛନ୍ତି ଯେ, ଟୀକାକରଣ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଯେଉଁମାନେ ପ୍ରଥମ ଡୋଜ ନେଇନାହାନ୍ତି ସେମାନେ ଯଥାଶୀଘ୍ର ପ୍ରଥମଡୋଜ ଟୀକା ନେଇଯାଅନ୍ତୁ । ଏବଂ ଦ୍ୱିତୀୟ ଡୋଜ ନେବାକୁ ଥିବା ସମୟ ଅନୁସାରେ ନେବା ଆବଶ୍ୟକ । ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି 15 ରୁ 18ବର୍ଷ ବୟସର ଟୀକାକରଣ ଏବଂ ଆସନ୍ତା 10 ତାରିଖରୁ ଆରମ୍ଭ ହେଉଛି 60 ବର୍ଷରୁ ଅଧିକ ଲୋକଙ୍କର ବୁଷ୍ଟର ଡୋଜ ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 2, 2022, 8:48 PM IST

ABOUT THE AUTHOR

...view details