ଓଡିଶା

odisha

ETV Bharat / city

PMGKAY ହେରଫେର ପ୍ରସଙ୍ଗ, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟକୁ କେନ୍ଦ୍ର ଦେଇଛି ନିର୍ଦ୍ଦେଶ - ସୁରେଶ ପୂଜାରୀ

ସଂସଦରେ ଉଠିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅନିୟମିତତା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଓଡିଶା ସରକାରଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିବା ଉତ୍ତର ଦେଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

PMGKAY ହେରଫେର ପ୍ରସଙ୍ଗ, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ଯକୁ କେନ୍ଦ୍ର ଦେଇଛି ନିର୍ଦ୍ଦେଶ
PMGKAY ହେରଫେର ପ୍ରସଙ୍ଗ, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ଯକୁ କେନ୍ଦ୍ର ଦେଇଛି ନିର୍ଦ୍ଦେଶ

By

Published : Aug 4, 2021, 10:10 PM IST

Updated : Aug 4, 2021, 10:28 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY )ରେ ଅନିୟମିତତା ଅଭିଯୋଗରେ ଜୋର ଧରିଛି ରାଜନୀତି । ଯୋଜନାରେ ହେରଫେର ଅଭିଯୋଗ ଆଣି କେନ୍ଦ୍ର ଖାଉଟିକଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଦାବିପତ୍ର ଦେଇଥିଲା ବିଜେପି । ଏବେ ସଂସଦରେ ଉଠିଛି ଏହି ବିଷୟ ।

ଓଡିଶାରେ PMGKAY ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ସ୍ବୀକାର କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାର ମଧ୍ୟ ପ୍ରକାରାନ୍ତରେ ଏହା ସ୍ବୀକାର କରିଥିଲେ । ଏବେ କେନ୍ଦ୍ର ସରକାର ଏହି ଅନିୟମିତତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଦୋଷୀ ଅଫିସରମାନଙ୍କ ବିରୁଦ୍ଧରେ ଥାନାରେ ଏଫଆଇଆର ଦେବା ଓ ଦୁର୍ନୀତି ଏବଂ ଅନିୟମିତତା ବିରୁଦ୍ଧରେ ଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ।

ଓଡ଼ିଶାରେ PMAYG ରେ ବ୍ୟାପକ ଅନିୟମିତତା ଅଭିଯୋଗ ଉପରେ ସଂସଦରେ ପ୍ରଶ୍ନ କରିଥିଲେ ବିଜେପି ସାଂସଦ ସୁରେଶ ପୂଜାରୀ । ଓଡ଼ିଶାରେ ଅନୁପଯୁକ୍ତ ହିତାଧିକାରୀ ଚୟନ, ନିମ୍ନ ମାନର ଓ ଅସମ୍ପୂର୍ଣ୍ଣ ଘର ରେ ସମୂର୍ଣ ଅନୁଦାନ ପ୍ରଦାନ, ଯୋଜନା ର ଲୋଗୋ ନ ଲଗାଇବା ଇତ୍ୟାଦି ଅଭିଯୋଗ ରେ ସତ୍ୟତା ଥିବା ସରକାର ସ୍ବୀକାର କହିଛନ୍ତି ବୋଲି କହିଛନ୍ତି ସାଂସଦ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା, ହେରଫେର୍ ତଥା ଅବ୍ୟବସ୍ଥା ଉପରେ ଅବଗତ କରିବା ସହ ଅଭାବୀ ତଥା ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରିବା ନେଇ ଅଭିଯୋଗ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । କେନ୍ଦ୍ରର ଏହି ଯୋଜନାରୁ ଅଧିକାଂଶ ଗରିବ ହିତାଧିକାରୀ ଲାଭ ପାଇପାରୁନାହାନ୍ତି ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନଏଫଏସଏ) ଜାଲିଆତି ଘଟଣାର ତଦନ୍ତ ନିର୍ଦ୍ଦେଶ ପାଇଁ ସାଂସଦ ପ୍ରତିନିଧିମାନେ ଦାବି କରିଥିଲେ ।

Last Updated : Aug 4, 2021, 10:28 PM IST

ABOUT THE AUTHOR

...view details