ଓଡିଶା

odisha

ETV Bharat / city

ବର୍ଷେବ୍ୟାପୀ ପାଳନ ହେବ ଗାନ୍ଧିଜୀଙ୍କ ଓଡିଶା ଆଗମନର ଶତବାର୍ଷିକୀ - Mahatma Gandhi's arrival in Odisha to be celebrated

ଓଡ଼ିଶାରେ ବର୍ଷେ ବ୍ୟାପୀ ପାଳନ ହେବ ଗାନ୍ଧୀ ଆଗମନର ଶତବାର୍ଷିକୀ । ୧୯୨୧ ମାର୍ଚ୍ଚ ୨୩ରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧୀ ।

http://10.10.50.80:6060///finalout3/odisha-nle/finalout/28-December-2020/10038173_gandhi.jpg
http://10.10.50.80:6060///finalout3/odisha-nle/finalout/28-December-2020/10038173_gandhi.jpg

By

Published : Dec 28, 2020, 8:16 PM IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଓଡ଼ିଶାରେ ବର୍ଷେ ବ୍ୟାପୀ ପାଳନ ହେବ ଗାନ୍ଧୀ ଆଗମନର ଶତବାର୍ଷିକୀ । ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଓଡିଶାକୁ ୮ ଥର ଆସିଛନ୍ତି । ୧୯୨୧ ମାର୍ଚ୍ଚ ୨୩ରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧୀ । ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣକୁ ଆସନ୍ତା ମାର୍ଚ୍ଚ ୨୩ କୁ ୧୦୦ ବର୍ଷ ପୂରଣ ହେଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି ।

ବର୍ଷେବ୍ୟାପୀ ପାଳନ ହେବ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ

୧୯୨୧ ମାର୍ଚ ୨୩ରେ ଯେବେ ମହାତ୍ମା ଗାନ୍ଧୀ ଓଡିଶା ଆସିଥିଲେ । ସେହି ସମୟରେ କଟକରେ କାଠଯୋଡ଼ି ନଦୀ ବାଲିରେ ଏକ ସମାବେଶରେ ଉଦବୋଧନ ଦେଇଥିଲେ । ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣକୁ ଆସନ୍ତା ମାର୍ଚ୍ଚ ୨୩ କୁ ୧୦୦ ବର୍ଷ ପୂରଣ ହେଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ଓ ଅହିଂସା ମନ୍ତ୍ରକୁ ଓଡିଶାବାସୀଙ୍କୁ ଉଦବୁଦ୍ଧ କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details