ଓଡିଶା

odisha

ETV Bharat / city

ଜନମଙ୍ଗଳ ପରିଷଦର ବାର୍ତ୍ତା: ବାଣ ନଫୁଟାଇ ଦୀପ ଜାଳି ପାଳନ୍ତୁ ଦୀପାବଳି - ଜନମଙ୍ଗଳ ପରିଷଦର ବାର୍ତ୍ତା

ଏଥରର ଦୀପାବଳିରେ ବାଣ ନଫୁଟାଇ ଦୀପ ଜାଳି ଦୀପାବଳି ପାଳନ କରିବାକୁ ଜନମଙ୍ଗଳ ପରିଷଦର ନିବେଦନ। ମାଷ୍ଟର କ୍ୟାଣ୍ଟିନ ଛକରେ ଏନେଇ ଆୟୋଜିତ ହୋଇଯାଇଛି ସଚେତନତା।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Oct 27, 2019, 5:17 PM IST

ଭୁବନେଶ୍ବର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଏହି ଦିନର ମହତ୍ତ୍ବ ଭାରତୀୟ ସଂସ୍କୃତି ପାଇଁ ବେଶ ମହତ୍ୱ ରଖେ । ଦୀପର ଆଲୋକରେ ଆଲୋକିତ ହୋଇଥାଏ ପୁରଠୁ ପଲ୍ଲୀ । ହେଲେ ଆଜିକାଲି ଦୀପାବଳୀରେ ଦୀପଦାନ ଅପେକ୍ଷା ଅଧିକ ମାତ୍ରାରେ ଶବ୍ଦ ପ୍ରଦୂଷଣକାରୀ ବାଣର ବ୍ୟବହାର ଅଧିକ ହେବାରେ ଲାଗିଛି । ଏନେଇ ଦୀପାବଳିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଜନମଙ୍ଗଳ ପରିଷଦ ପକ୍ଷରୁ କରାଯାଇଛି ନିବେଦନ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଦୀପାବଳିରେ ଶବ୍ଦ ପ୍ରଦୂଷଣକାରୀ ବାଣର ବ୍ୟବହାର ଯୋଗୁଁ ଏହାର କୁପ୍ରଭାବ ପରିବେଶ ଉପରେ ପଡୁଛି । ଏହା ସହ ପଶୁପକ୍ଷୀ ଓ ବୟସ୍କ ଲୋକେ ମଧ୍ୟ ଏହା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏପରିକି ଏହା ଦ୍ବାରା ଅନେକ ଲୋକ ମୃତାହତ ମଧ୍ୟ ହୋଇଥିବାର ଅନେକ ନଜିର ରହିଛି। ତେଣୁ ଏଥରର ଦୀପାବଳିକୁ ପ୍ରଦୂଷଣ ମୁକ୍ତ କରିବା ସହିତ ସୁରକ୍ଷିତ ରହିବା ପାଇଁ ଜନମଙ୍ଗଳ ପରିଷଦ ପକ୍ଷରୁ ନିବେଦନ କରାଯାଇଛି। ଏହାସହ ବାଣ ନଫୁଟାଇ ଦୀପ ଲଗାଇ ଦୀପାବଳି ପାଳନ କରିବାକୁ ସଚେତନତା କାର୍ଯ୍ୟକ୍ରମରେ କୁହାଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନେକ ସଦସ୍ୟ ଭାଗ ନେଇଥିଲେ।ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details