ଭୁବନେଶ୍ବର: ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ । ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ଦାବିପତ୍ର ଦେଇଥିବାବେଳେ ଆଦେଶକୁ ଯଥାର୍ଥ କହିଛି ବିଜେଡି ।
ସିଡିଏମଓ ନିଲମ୍ବନ ଘଟଣା: ଆଦେଶ ପ୍ରତ୍ୟାହାର ପାଇଁ ସୁନ୍ଦରଗଡ ବିଧାୟିକାଙ୍କ ଦାବି
ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ । ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ଦାବିପତ୍ର ଦେଇଥିବାବେଳେ ଆଦେଶକୁ ଯଥାର୍ଥ କହିଛି ବିଜେଡି ।
ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଦାବି ଆଜି(ସୋମବାର) ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଇଛନ୍ତି ବିଧାୟିକା କୁସୁମ ଟେଟେ । ଡାକ୍ତର ଅଭାବ ଥିବାବେଳେ ଜଣେ ଭଲ ଡାକ୍ତରଙ୍କୁ କାହିଁକି ସରକାର ନିଲମ୍ବନ କରୁଛନ୍ତି ବୋଲି ବିଧାୟିକା କହିଛନ୍ତି । ଏହା ସହ ସେ ଜଣେ ଭଲ ଡାକ୍ତର ଥିଲେ, ତାଙ୍କର ବାହାରେ କ୍ଲିନିକ ନଥିବାବେଳେ ଗରିବ ଲୋକଙ୍କୁ ବିନା ଅର୍ଥରେ ସେ ସେବା କରନ୍ତି ବୋଲି ମଧ୍ୟ ବିଧାୟିକା କହିଛନ୍ତି । ତେଣୁ କାହିଁକି ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଗଲା ନାହିଁ ବୋଲି ବିଧାୟିକା ପ୍ରଶ୍ନ କରିଛନ୍ତି । ସେହିପରି ବିଜେପି ଆଜି ଏନେଇ 6ଘଣ୍ଟିଆ ସୁନ୍ଦରଗଡ ବନ୍ଦ କରିଥିବାବେଳେ ଏହା ସାଧାରଣ ଆନ୍ଦୋଳନ ବୋଲି ସେ କହିଛନ୍ତି ।
ସେପଟେ ଏହାର ଜବାବ ଦେଇଛନ୍ତି ବିଜେଡି ବିଧାୟିକା ଲତିକା ପ୍ରଧାନ । ଲୋକଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି । ‘5ଟି’ ଏକ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି। ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା ‘ମୋ ସରକାର’ । ମୁଖ୍ୟମନ୍ତ୍ରୀ ଦେଇଥିବା ଦାଇତ୍ବ ‘5ଟି’ ସଚିବ ଠିକ୍ ଭାବେ ତୁଲାଉଛନ୍ତି ବୋଲି ବିଜେଡି ବିଧାୟିକା କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ