ଓଡିଶା

odisha

ETV Bharat / city

କୋରୋନାରେ ପିତାମାତା ହରାଇଥିବା ଛାତ୍ରଛାତ୍ରୀଙ୍କ ଫି ଛାଡ କଲା CBSE - କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରଷଦ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରଷଦ (CBSE)ର ବଡ ନିଷ୍ପତ୍ତି। କୋଭିଡରେ ପିତାମାତା ହରାଇଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହେବନି ଫି। ଚିଠି ଲେଖି ସମସ୍ତ ସ୍କୁଲକୁ ଅବଗତ କରାଇଲେ ବୋର୍ଡ କର୍ତ୍ତୁପକ୍ଷ। ଅଧିକ ପଢନ୍ତୁ...

କୋରୋନାରେ ପିତାମାତା ହରାଇଥିବା ଛାତ୍ରଛାତ୍ରୀଙ୍କ ଫି ଛାଡ କଲା CBSE
କୋରୋନାରେ ପିତାମାତା ହରାଇଥିବା ଛାତ୍ରଛାତ୍ରୀଙ୍କ ଫି ଛାଡ କଲା CBSE

By

Published : Sep 22, 2021, 4:25 PM IST

ଭୁବନେଶ୍ବର: କରୋନାରେ ପିତାମାତା ହରାଇଥିବା ଅସହାୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରଷଦ (CBSE)। ମହାମାରୀରେ ପିତାମାତା ହରାଇଥିବା ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବ ନାହିଁ ଦେୟ । ଏନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହେବା ପରେ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ। ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ବୋର୍ଡ ସମସ୍ତ ସ୍କୁଲକୁ ମଧ୍ୟ ଚିଠି ଲେଖି ଅବଗତ କରାଯାଇଛି ।

କୋରୋନାରେ ପିତାମାତା ହରାଇଥିବା ଛାତ୍ରଛାତ୍ରୀଙ୍କ ଫି ଛାଡ କଲା CBSE

ହୋଇଥିବା ନିଷ୍ପତ୍ତି ଆଧାରରେ, କୋରୋନା ମହାମାରୀ ସମୟରେ ଦଶମ ଓ ଦ୍ବାଦଶ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କଠାରୁ ପଞ୍ଜୀକରଣ ଫି ଓ ପରୀକ୍ଷା ଫି ଆଦାୟ କରାଯିବ ନାହିଁ। ସେହିପରି ଯେଉଁ ଛାତ୍ରଛାତ୍ରୀଙ୍କ ପିତାମାତା କୋରୋନାରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଫି ଛାଡ କରାଯିବ। ଏହି ପିତାମାତା ହରାଇଥିବା ବର୍ଗରେ ପ୍ରତି ସ୍କୁଲରେ କେତେ ଛାତ୍ରଛାତ୍ରୀ ରହିଛନ୍ତି ତାର ଏକ ତାଲିକା ପ୍ରସ୍ତୁତ କରିବେ ସ୍କୁଲ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀଙ୍କ ନାମ ତାଲିକ ପ୍ରସ୍ତୁତ କରି ଦାଖଲ କରିବା ପାଇଁ ବୋର୍ଡ ପକ୍ଷରୁ ସ୍କୁଲଗୁଡିକୁ ନିର୍ଦ୍ଦେଶ ମଧ୍ୟ ମିଳିସାରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details