ଓଡିଶା

odisha

ETV Bharat / city

ଏପ୍ରିଲ 26ରୁ CBSE ଟର୍ମ-2 ପରୀକ୍ଷା - ସିବିଏସଇ ଦଶମ ପରୀକ୍ଷା

CBSE ପ୍ରକାଶ କରିଛି ଟର୍ମ-2 ବୋର୍ଡ ପରୀକ୍ଷାସୂଚୀ । ଅଧିକ ପଢନ୍ତୁ

ଏପ୍ରିଲ 26ରୁ CBSE ଟର୍ମ -2 ପରୀକ୍ଷା
ଏପ୍ରିଲ 26ରୁ CBSE ଟର୍ମ -2 ପରୀକ୍ଷା

By

Published : Mar 11, 2022, 6:51 PM IST

ଭୁବନେଶ୍ବର:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଟର୍ମ-2 ବୋର୍ଡ ପରୀକ୍ଷାସୂଚୀ ପ୍ରକାଶ ପାଇଛି। ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀର ଟର୍ମ-2 ପରୀକ୍ଷା ଏପ୍ରିଲ 26ରୁ ଆରମ୍ଭ ହେବ । ତେବେ ଦଶମ ବୋର୍ଡ ପରୀକ୍ଷା ମେ 24 ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଜୁନ 15ରେ ଶେଷ ହେବ ।

ଏପ୍ରିଲ 26ରୁ CBSE ଟର୍ମ -2 ପରୀକ୍ଷା

ଏସବୁ ପରୀକ୍ଷା ସବଜେକ୍ଟିଭ ମୋଡରେ ହେବ। ପ୍ରତ୍ୟେକ ବିଷୟର ପରୀକ୍ଷା 2 ଘଣ୍ଟା ପାଇଁ ହେବ । ଏଗୁଡ଼ିକ ସାଢେ 10 ଟାରୁ ସାଢେ 12ଟା ମଧ୍ୟରେ ହେବ । ଏସବୁ ପରୀକ୍ଷା ଅଫଲାଇନ ମୋଡରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହେବ। ଅନ୍ୟପକ୍ଷରେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏସବୁ ପରୀକ୍ଷା ସଂପୂର୍ଣ୍ଣ କୋରୋନା କଟକଣା ମାନି ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀ ମାସ୍କ ପିନ୍ଧି ଆସିବା ସହ ନିଜସ୍ବ ସାନିଟାଇଜର ଆଣିବେ ।

ପରୀକ୍ଷା ହଲରେ ସାମାଜିକ ଦୂରତ୍ବ ପାଳନ କରାଯିବ । ସେହିପରି ପିଲା ଅସୁସ୍ଥ କିମ୍ବା ତାହାର ଯେପରି କୌଣସି କୋଭିଡ଼ ଲକ୍ଷଣ ନଥିବ ତାହା ଅଭିଭାବକ ନିଶ୍ଚିତ କରିବେ । ଅଭିଭାବକ ପିଲାମାନଙ୍କୁ କୋଭିଡ଼ କଟକଣା ସଂପର୍କରେ ସଚେତନ କରିବେ ବୋଲି ଜଣାପଡ଼ିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details