ଓଡିଶା

odisha

ETV Bharat / city

‘ସିବିଏସଇର ଫି ବୃଦ୍ଧି, ବୋଝ ଉପରେ ନଳିତା ବିଡା ଭଳି’ - ବୃଦ୍ଧି ହେଲା ସିବିଏସଇ ପରୀକ୍ଷା ଫି

ସିବିଏସଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ବୃଦ୍ଧି କରିଛି । ଏହାକୁ ତୀବ୍ର ବିରୋଧ କରୁଛି ରାଜ୍ୟ ଅଭିଭାବକ ସଙ୍ଘ । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପରୀକ୍ଷା ଫି’ 24 ଗୁଣା ଅର୍ଥାତ 50 ଟଙ୍କାରୁ 1200 ଟଙ୍କା ବୃଦ୍ଧି ପାଇଛି । ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ 750 ଟଙ୍କାରୁ 1500 ଟଙ୍କା ହୋଇଛି ।

ଫାଇଲ ଫଟୋ

By

Published : Aug 12, 2019, 11:44 PM IST

Updated : Aug 13, 2019, 4:12 AM IST

ଭୁବନେଶ୍ବର: ପିଲାଏ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢିବା ଏବେ ହେବ ମହଙ୍ଗା ।କାରଣ ସିବିଏସଇ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ବୃଦ୍ଧି କରିଛନ୍ତି । ଯାହାକୁ ତୀବ୍ର ବିରୋଧ କରୁଛି ରାଜ୍ୟ ଅଭିଭାବକ ସଙ୍ଘ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସିବିଏସଇର ଏହି ପଦକ୍ଷେପ ବୋଝ ଉପରେ ନଳିତା ବିଡା ଭଳି । ସିବିଏସଇ କର୍ତ୍ତୃପକ୍ଷ ମନଇଛା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ବୃଦ୍ଧି କରୁଛନ୍ତି । ଯାହାକୁ ନେଇ ଏବେ ସାରା ଦେଶର ଅଭିଭାବକ ଚିନ୍ତାରେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦଶରେ ଗୋଟିଏ ଫି’ ରେଗୁଲେଟାରି କମିଟି ତା ରିପୋର୍ଟ ଦେଇଛି ଏବଂ ଏହାର ଅନୁମଦନର ଅପେକ୍ଷାରେ ଥିବା ବେଳେ ହଠାତ ସିବିଏସଇର ଏଭଳି ନିଷ୍ପତ୍ତି ନେବା କେତେଦୂର ଠିକ ବୋଲି ପ୍ରଶ୍ନ କରିଛି ରାଜ୍ୟ ଅଭିବାବକ ସଙ୍ଘ ।

ଏଠାରେ ସୂଚନା ଥାଉକି ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପରୀକ୍ଷା ଫି’ 24 ଗୁଣା ଅର୍ଥାତ 50 ଟଙ୍କାରୁ 1200 ଟଙ୍କା ବୃଦ୍ଧି ପାଇଛି । ଯାହା ଗରିବ ଏସଟି ଓ ଏସସି ପିଲାଙ୍କ ଟେନସନ ବଢାଇବ । ଏହାସହ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ 750 ଟଙ୍କାରୁ 1500 ଟଙ୍କା ହୋଇଛି । ଯାହାକି ଦୁଇ ଗୁଣ ବଢିଛି ।

ଅନ୍ୟପଟେ ଆଡିସନାଲ 5 ଟି ପେପର ପାଇଁ 300 ଟଙ୍କା ରଖାଯାଇଛି । ପାସ କରି ମାଇଗ୍ରେସନ ସାର୍ଟିଫିକେଟ ନେଲେ 300 ଟଙ୍କା ପୁଣି ଦେବାକୁ ପଡିବ । ଏ ସବୁକୁ ନେଇ ରାଜ୍ୟ ଆଭିବାକ ସଙ୍ଘର ସଭାପତି ବାସୁଦେବ ଭଟ ତ୍ରୀବ ନିନ୍ଦା କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Aug 13, 2019, 4:12 AM IST

ABOUT THE AUTHOR

...view details