ଓଡିଶା

odisha

By

Published : Jun 16, 2020, 6:41 PM IST

Updated : Jun 16, 2020, 7:22 PM IST

ETV Bharat / city

ସିବିଆଇ ସିଜ କଲା 38 ଲକ୍ଷ, ପିଏନବି ଠକେଇରୁ ମିଳିଲା ସୁରାକ

ପିଏନବି ୩୨ କୋଟି ଠକେଇର ତନାଘନା ବେଳେ ସିବିଆଇକୁ ମିଳିଲା ସୁରାକ । ପାଖାପାଖି 38 ଲକ୍ଷ ଟଙ୍କା ଜବତ କରିଛି ଟିମ୍ । ଅଧିକ ପଢନ୍ତୁ..

cbi-seized-a-locker-of-kousik-mohanty-link-pnb-bank-fraud-case
cbi-seized-a-locker-of-kousik-mohanty-link-pnb-bank-fraud-case

ଭୁବନେଶ୍ବର: ସିବିଆଇ ହାତରେ ଲାଗିଛି 37 ଲକ୍ଷ 90 ହଜାର 5ଶହ ଟଙ୍କା । ପିଏନବି ୩୨ କୋଟି ଠକେଇର ତନାଘନା ବେଳେ ମିଳିଲା ସୁରାକ। ଠକେଇ କରିଥିବା ସଂସ୍ଥା ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନର ତତ୍କାଳୀନ ନିର୍ଦେଶକ କୌଶିକ ମହାନ୍ତିଙ୍କର ଆକାଉଣ୍ଟରୁ ସିଜ ହୋଇଛି ଏହି ଟଙ୍କା । ପଟିଆ ସ୍ଥିତ ୟୁନିୟନ ବ୍ୟାଙ୍କ ଆକାଉଣ୍ଟରେ ଥିବା ଲକରୁ ସିଜ କରିଛି ସିବିଆଇ। ଏନେଇ ସିବିଆଇ ଅଧିକାରୀ ବ୍ୟାଙ୍କରେ ପହଁଛି ତନାଘନା କରିଛନ୍ତି।

ସିବିଆଇ ସିଜ କଲା 38 ଲକ୍ଷ, ପିଏନବି ଠକେଇ ରୁ ମିଳିଲା ସୁରାକ

ତେବେ ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କୁ ହାତ କରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଷ୍ଟେସନ ସ୍କୋୟାର ବ୍ରାଞ୍ଚରୁ ୩୨ କୋଟି ଟଙ୍କା ଠକେଇ ସାମ୍ନାକୁ ଆସିଥିଲା । ଷ୍ଟେସନ ସ୍କୋୟାର ଶାଖାର ମ୍ୟାନେଜର ଗଣପତ ଲାଲ ସିବିଆଇ ପାଖରେ ଅଭିଯୋଗ କରିଥିଲେ l ତେବେ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଅନୁମତି କ୍ରମେ ସିବିଆଇ ଭୁବନେଶ୍ବର, କୋଲକାତା, ବିଶାଖାପାଟଣା, ବରୋଦା ଏବଂ ଜମ୍ମୁରେ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ କରିଥିଲା l

ଏଥି ସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କିଛି ଉଚପଦସ୍ଥ ଅଧିକାରୀଙ୍କୁ ଜେରା କରିଥିଲା ସିବିଆଇ। ତେବେ ପିଏନବି ଠକେଇ ସମୟରେ ଥିବା ମହାପ୍ରବନ୍ଧକ ନାଗମଣି ସତ୍ୟନାରାୟଣ ପ୍ରକାଶ, ଏଜିଏମ ସିଏସ ଶର୍ମା, ମୁଖ୍ୟ ପ୍ରବନ୍ଧକ ମନୋରଞ୍ଜନ ଦାସ ଏବଂ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ପ୍ରିୟତୋଷ ଦାସଙ୍କ ସମେତ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନର ଏମଡି ଅବିନାଶ ମହାନ୍ତି, ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତି ଓ ଅଂଶୁମାନ ସାମନ୍ତରାୟ ଓ ନିର୍ଦ୍ଦେଶକ ବିଧୂଭୁଷଣ ନାୟକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ସିବିଆଇ l ଏନେଇ ଗୋଟିଏ ପରେ ଗୋଟିଏ ଅଧିକାରୀଙ୍କୁ ସିବିଆଇ ଜେରା କରୁଥିବା ବେଳେ ସୋମାନଙ୍କ ଆକାଉଣ୍ଟ ଓ ବିଭିନ୍ନ ଅର୍ଥନୈତିକ ସୋର୍ସ ଉପରେ ମଧ୍ୟ ତଦନ୍ତ ଚଳାଇଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jun 16, 2020, 7:22 PM IST

ABOUT THE AUTHOR

...view details