ଓଡିଶା

odisha

ETV Bharat / city

ସିବିଆଇ ରିଟର୍ଣ୍ଣସ୍‌; ନେତାଙ୍କ ଛାତିରେ ଛନ୍‌କା - CBI returns to odisha

ରାଜ୍ୟକୁ ଫେରିଛି ସିବିଆଇ । ଦୀର୍ଘ ଦିନ ପରେ ସିବିଆଇ ରିଟର୍ଣ୍ଣକୁ ନେଇ ନେତାଙ୍କ ଛାତିରେ ପଶିଛି ଛନ୍‌କା । ସିବିଆଇ ଫେରିବାକୁ ନେଇ 3 ପ୍ରମୁଖ ଦଳ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଡିଜାଇନ ଫଟୋ

By

Published : Sep 19, 2019, 8:23 PM IST

ଭୁବନେଶ୍ବର: ଦୀର୍ଘ ଦେଢ ବର୍ଷ ପରେ ପୁଣି ରାଜ୍ୟକୁ ଫେରିଛି ସିବିଆଇ । ଖୋଲିଛି ସିବିଆଇ ଚିଟ୍‌ଫଣ୍ଡ ଦୁର୍ନୀତିର ସମ୍ପୃକ୍ତ ଥିବା ବଡବଡିଆଙ୍କ ପେଡି । ଓପିଏଲ ଟଙ୍କା ହେରଫେର୍‌ ମାମଲାରେ ଓସିଏର ପୂର୍ବତନ ଅଧ୍ୟକ୍ଷ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିବା ପରେ ଅନ୍ୟ ନେତାଙ୍କ ଛାତିରେ ପସିଛି ଛନ୍‌କା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଶୀର୍ବାଦଙ୍କ ପରେ ଏବେ କାହା ପାଳି ପଡିବ ସେନେଇ ଚିଟଫଣ୍ଡ ଲିଙ୍କ୍‌ରେ ସମ୍ପୃକ୍ତ ଥିବା ନେତାଙ୍କ ମଧ୍ୟରେ ଖେଳି ଯାଇଛି କୋକୁଆ ଭୟ । ବିଶେଷ କରି ଯେଉଁ ନେତାମାନେ ସିବିଆଇ ନୋଟିସ ପାଇଛନ୍ତି ଏପରିକି ଜେରା ମଧ୍ୟ ହୋଇଛନ୍ତି ସେମାନଙ୍କ ମନରେ ପଶିଛି ଛନ୍‌କା । କାଳେ ପୁଣି ସେମାନଙ୍କୁ ଡକରା ଆସିବ ଓ ବନ୍ଧା ହେବେ ସେ ନେଇ ଚିନ୍ତା ଘାରିଛି ।

ପ୍ରକାଶ ଯେ, ପୂର୍ବରୁ ଚିଟ୍‌ଫଣ୍ଡ ଲିଙ୍କ୍‌ ମାମଲାରେ ଶାସକଦଳର ନେତା ସଞ୍ଜୟ ଦାସବର୍ମା, ପ୍ରଭାତ ବିଶ୍ଵାଳ,ପ୍ରଭାତ ତ୍ରିପାଠୀ, ଅରୁଣ ସାହୁ ଓ ରବିନ୍ଦ୍ର ଜେନାଙ୍କୁ ସିବିଆଇ ପୂର୍ବରୁ ନୋଟିସ ପଠାଇଥିଲା । ଏପରିକି କେତେକ ନେତାଙ୍କୁ ଜେରା ପରେ ଗିରଫ ମଧ୍ୟ କରାଯାଇଛି । ଏବେ ସିବିଆଇ ପଞ୍ଝାରେ କିଏ ପଡିବ ତାକୁ ନେଇ 3 ପ୍ରମୁଖ ଦଳର ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏନେଇ ଶାସକ ଦଳର ନେତା ଉମା ସାମନ୍ତରାୟ କହିଛନ୍ତି କି, ଯିଏ ଦୋଷୀ ସେମାନେ ବନ୍ଧା ହେବେ । ଆଉ ବିଜେପି ମଧ୍ୟ ସମାନ ଢଙ୍ଗରେ କହିଛି ଯେ, ସିବିଆଇ ତାର କାମ କରୁଛି, ସେଥିରେ ଅଜଥା ରାଜନୀତି ନକରିବା ଭଲ । କିନ୍ତୁ ଏତେ ଦିନ ପରେ ସିବିଆଇ ଆବିର୍ଭାବକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details