ଭୁବନେଶ୍ବର: ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ୭ ଦିନିଆ ରିମାଣ୍ଡ ପାଇଁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହୋଇଥିଲା ଆବେଦନ। ତେବେ ଶୁଭ୍ରାଙ୍କୁ କୋଲକାତାରେ ଗିରଫ କରି ଆଜି ଭୁବନେଶ୍ବରକୁ ଆଣିଥିଲା ସିବିଆଇ। ଶୁଭ୍ରାଙ୍କୁ ସିବିଆଇ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ । ତେବେ ରୋଜ ଭ୍ୟାଲି ଚିଟଫଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ଗୌତମ କୁଣ୍ଡୁ ଓ ତାଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ ।
ରବିବାର ଗିରଫ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁକୁ କୋର୍ଟ ଚାଲାଣ କରାଯାଇଥିଲା । ଏନେଇ କୋଲକତାରୁ ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ବରରେ ପହଞ୍ଚିଲା ସିବିଆଇ। ପରେ ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ। ତେବେ ରୋଜଭ୍ୟାଲି ଚିଟଫଣ୍ଡ ମାମଲାର ଗିରଫ କରିଛି ସିବିଆଇ। ସେ ରୋଜଭ୍ୟାଲି ମୁଖ୍ୟ ତଥା ଗିରଫ ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କ ପତ୍ନୀ।ଯେକି ଚିଟଫଣ୍ଡ ମାମଲାରେ ସଂପୃକ୍ତ ଥିଲେ।
ଶୁକ୍ରବାର ରୋଜଭ୍ୟାଲି ଗ୍ରୁପ ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁ ଗିରଫ ହୋଇଥିଲେ । ଶୁଭ୍ରା କୁଣ୍ଡୁଙ୍କୁ କୋଲକାତାରୁ ଗିରଫ କରିଥିଲା ସିବିଆଇ । କୋଟି କୋଟି ଟଙ୍କା ଚିଟଫଣ୍ଡ ଠକେଇ ଲିଙ୍କ୍ରେ ଶୁଭ୍ରାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।