ଭୁବନେଶ୍ବର: ଗୁରୁବାର ଅର୍ଥତତ୍ତ୍ବ(ଏଟି) ଚିଟଫଣ୍ଡ ମାମଲାରେ ସିବିଆଇ ଦାଖଲ କରିଛି ଚାର୍ଜସିଟ । ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । ଏଥିରେ ଆଶୀର୍ବାଦ ବେହେରା ଓ କମଳାକାନ୍ତ ଦାସଙ୍କ ନାମ ରହିଛି ।
ଚାର୍ଜସିଟରେ ଏହି 2 ଜଣଙ୍କ ସହ ବ୍ୟବସାୟୀ ସମ୍ବିତ କୁମାର ଖୁଣ୍ଟିଆଙ୍କ ନାମ ମଧ୍ୟ ସାମିଲ ଅଛି । ଏଥିରେ ଦର୍ଶାଯାଇଛି ଯେ କିଭଳି ଓଡିଶା କ୍ରିକେଟ ଆସୋସିଏସନ(ଓସିଏ)ର ସ୍ପୋନଶରସିପ ରଖି ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇ ଟଙ୍କା ବିନିଯୋଗ ପାଇଁ ମତାଯାଇଥିଲା । ଏପରିକି କମ୍ପାନୀ ପକ୍ଷରୁ ରଣଜୀ କ୍ରିକେଟ ମ୍ୟାଚ ଏବଂ ଓପିଏଲ ଟୁର୍ଣାମେଣ୍ଟ ପାଇଁ ସ୍ପୋନଶରସିପ ବାହାନାରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଆଣି ଚଳୁ କରିଥିଲେ ତତ୍କାଳୀନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ।