ଭୁବନେଶ୍ବର/କଟକ:ପୁଣି SRଆଲକୋୱେଭ୍ ପ୍ରାଇଭେଟ ଲିମିଟେଡ କମ୍ପାନୀ ବୁଲି ଦେଖିଲା ଭୁବନେଶ୍ୱର ସିବିଆଇ ଟିମ (Bhubaneswar CBI team in SR Alchowave Private Company) । ଏହି ସଂସ୍ଥା ଦୁଇଟି ବ୍ୟାଙ୍କରୁ ଋଣ ଆଣି ଠକିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ୨୦୧୩ ମସିହାରେ ଏହି କମ୍ପାନୀ ଉପରେ ଚଢ଼ାଉ କରି ବନ୍ଦ କରାଇଥିଲା ସିବିଆଇ ଟିମ୍ । SRଆଲକୋୱେଭ୍ ପ୍ରାଇଭେଟ ଲିମିଟେଡ କମ୍ପାନୀ (SR Alchowave Private Company Fraud)ର ଅଫିସ କଟକ ଜଗତପୁରରେ ରହିଛି ।
ଏହି ସଂସ୍ଥାର MD ରଞ୍ଜନ କୁମାର ପାଢ଼ୀ ରହିଥିବା ବେଳେ ତାଙ୍କ ପତ୍ନୀ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇଥିଲେ । କମ୍ପାନୀ ବ୍ୟବସାୟ ବଢାଇବା ଆଳରେ କଟକ ବକ୍ସିବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଆହ୍ଲାବାଦ ବ୍ୟାଙ୍କରୁ ଋଣ ପାଇଁ ଆବେଦନ କରିଥିଲେ । ନୈନାଦେବୀ ସପ୍ଲାର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଚନ୍ଦ୍ରଘଣ୍ଟା ଆଇରନ୍ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ୍ ଏହି ଋଣ ପାଇଁ ଗ୍ୟାରେଣ୍ଟର ରହିଥିଲେ । କମ୍ପାନୀ ବ୍ୟାଙ୍କର କେତେକ କର୍ମଚାରୀଙ୍କୁ ଧରି ଋଣ ମଞ୍ଜୁର କରି ନେଇଥିଲେ ।