ଭୁବନେଶ୍ବର: ସ୍କୁଲ ପିଲାଙ୍କୁ ମିଳିବ ଜାତି ଓ ଅନ୍ୟାନ୍ୟ ପ୍ରମାଣ ପତ୍ର । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ । ଦଶମ ଶ୍ରେଣୀ ପିଲାମାନେ ଯେପରି ସହଜରେ ଜାତି ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ପାଇପାରିବ, ସେ ନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି ।
ସ୍କୁଲ ପରିସରରେ ହିଁ ସ୍କୁଲ ପିଲାଙ୍କୁ ମିଳିବ ଜାତିଗତ ପ୍ରମାଣପତ୍ର । ପ୍ରତ୍ୟେକ ସ୍କୁଲରେ ସ୍ଥାନୀୟ କ୍ୟାମ୍ପ କରି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ପ୍ରମାଣ ପତ୍ର। ସ୍କୁଲ ପରିସରରେ ଏସସି/ ଏସଟି, ଏସଇବିସି, ଓବିସି ସାର୍ଟିଫିକେଟ୍ ସହ ରେସିଡେନ୍ସ ଓ ଇନକମ୍ ସାର୍ଟିଫିକେଟ ଦେବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ରାଜସ୍ବ ସଚିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ଖରା ଛୁଟି ପୂର୍ବରୁ ଏହି ପ୍ରମାଣପତ୍ର କରାଯିବ ବୋଲି କୁହାଯାଇଛି।