ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ପେଟରୁ ଗଜ କପଡା ଓ ଗ୍ଲୋବସ ବାହାରିବା ଘଟଣା । ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ ପୀଡିତ ମହିଳା । ସେପଟେ ଘଟଣାକୁ ନେଇ ମହିଳାଙ୍କ ପାଖକୁ ଆସିଛି ଏକ ଫୋନ କଲ । ଯାହା ହେବା କଥା ହୋଇସାରିଛି, ଏବେ କଥାକୁ ଆଗକୁ ବଢାଅ ନାହିଁ । ଆମେ ମାନୁଛୁ ଆମର ଭୂଲ ହୋଇଛି, କଥା ଆଗକୁ ବଢିଲେ ଚାକିରି ଚାଲିଯିବ । ଏଭଳି ନମ୍ର ସ୍ବରରେ ପୀଡିତା ମହିଳାଙ୍କୁ ଫୋନ ମାଧ୍ୟମରେ କହିଛନ୍ତି ଆଶାକର୍ମୀ ।
ସୂଚନାନଯୋଗ୍ୟ, ନଭେମ୍ବର 7 ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଫୁଲବାଣୀର ଜଣେ ମହିଳା । ନର୍ମାଲ ଡେଲିଭରୀ ପରେ ଜଣେ ନର୍ସ ତାଙ୍କୁ 700 ଟଙ୍କା ମାଗିଥିଲେ । ହେଲେ ସେ ଦେବାକୁ ମନା କରିଦେଇଥିଲେ । ଏହାପରେ କୌଣସି ଡାକ୍ତର କିମ୍ବା ନର୍ସ ତାଙ୍କୁ ଠିକ୍ ଭାବରେ ଚିକିତ୍ସା ନଦେଇ ହସ୍ପିଟାଲରୁ ଡିସଚାର୍ଜ କରି ଦେଇଥିଲେ । ହସ୍ପିଟାଲରୁ ଆସିବାର ଦୁଇ ଦିନ ପରେ ମହିଳାଙ୍କର ଯନ୍ତ୍ରଣା ହୋଇଥିଲା । ଆଉ ସପ୍ତାହେ ପରେ ପରିସ୍ରା ନଳୀବାଟେ ବାହାରିଥିଲା ଗଜ୍ କପଡା ଓ ଗ୍ଲୋବସ୍ । ନଭେମ୍ବର 16 ତାରିଖରେ ମହିଳା ଜଣଙ୍କ ଚିକିତ୍ସାରେ ଅବହେଳା ଦର୍ଶାଇ ଡାକ୍ତର ଓ ନର୍ସଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ।