ଓଡିଶା

odisha

ETV Bharat / city

ଆଉ ନାହାନ୍ତି କାର୍ଟୁନିଷ୍ଟ କିଶୋର ରଥ - କିଶୋର ରଥ

ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ । ୫୮ ବର୍ଷ ହୃଦ୍‌ଘାତ ତାଙ୍କର ପରଲୋକ ହୋଇଛି । ଅଧିକ ପଢନ୍ତୁ...

ଆଉ ନାହାନ୍ତି କାର୍ଟୁନିଷ୍ଟ କିଶୋର ରଥ
ଆଉ ନାହାନ୍ତି କାର୍ଟୁନିଷ୍ଟ କିଶୋର ରଥ

By

Published : Nov 8, 2021, 8:31 AM IST

Updated : Nov 8, 2021, 10:50 AM IST

ଭୁବନେଶ୍ବର: ଆରପାରିରେ ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥ । ହୃଦ୍‌ଘାତ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା । ତାଙ୍କ ଦେହାନ୍ତି ହୋଇଥିବା ନେଇ ତାଙ୍କ ପୁଅ ଦେବଦଳନ ରଥ ସୂଚନା ଦେଇଛନ୍ତି ।

ଦୈନିକ ଖବର କାଗଜ ‘ସମ୍ବାଦ’ରେ ‘କଟାକ୍ଷ’ ଓ ‘ସ୍ପୋର୍ଟାକ୍ଷ’ କାର୍ଟୁନ ଲାଗି କିଶୋର ରଥ ଘରେ ଘରେ ପରିଚିତ ଥିଲେ । ସୂଚନା ଅନୁଯାୟୀ, ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ । ଗତକାଲି ରାତିରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ନିଆଯାଇଥିଲା । ଇସିଜି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଢୁମ୍ପୀ ସଙ୍ଗୀତର ପ୍ରଚାର ପ୍ରସାରରେ ମଧ୍ୟ ତାଙ୍କର ଭୂମିକା ରହିଛି ।

ଦୀର୍ଘଦିନ ଧରି ସେ ପ୍ରିଣ୍ଟ ମିଡ଼ିଆରେ କାମ କରୁଥିଲେ । ସମାଜର ବିଭିନ୍ନ ଘଟଣାବଳୀ ତାଙ୍କ କଟାକ୍ଷରେ ସ୍ଥାନ ପାଉଥିଲା । ସମାଲୋଚନା ଧର୍ମୀ କାର୍ଟୁନ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ । କାର୍ଟନ ଛଡା ଢୁମ୍ପା ସଙ୍ଗୀତରେ ତାଙ୍କର ବିଶେଷ ରୁଚି ଓ ଅଭିଜ୍ଞତା ଥିଲା। ଢୁମ୍ପା ହେଉଛନ୍ତି ଏକ ପାରମ୍ପାରିକ ସଙ୍ଗୀତ, ଯାହା ନୟାଗଡ଼ ଓ ଗଞ୍ଜାମ ଭଳି ଜିଲ୍ଲାରେ ବେଶ୍ ପରିଚିତ ।

ବିଶିଷ୍ଟ ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଶୋରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କିଶୋରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ତଥା ସମ୍ବାଦରେ ‘କଟାକ୍ଷ କିଶୋର’ ନାମରେ ପରିଚିତ କିଶୋର ରଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ ବ୍ୟଙ୍ଗାତ୍ମକ ଚିତ୍ର ଭାବେ ପରିବେଷଣ କରି ସେ ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଟ୍ବିଟ କରି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Nov 8, 2021, 10:50 AM IST

ABOUT THE AUTHOR

...view details