ଓଡିଶା

odisha

ETV Bharat / city

କେକେଙ୍କ ସ୍ପର୍ଶରେ କଥା କୁହନ୍ତି କାର୍ଟୁନ - bhubaneswar cartoonist kamalkanta ratha

ପିଲାଟି ଦିନରୁ କାର୍ଟୁନ କରିବାର ନିଶା ଆଜି ସମାଜରେ ଏକ ପରିଚୟ ଦେଇଛି । ସାମ୍ପ୍ରତିକ ସମାଜର ରୂପରେଖ ,ଚଳଣି ଓ ବ୍ୟବହାର କୁ ନିଜ ପେନସିଲ ବା ତୁଳି ମାଧ୍ୟମରେ ସେ ଦେଇପାରନ୍ତି ଜୀବନ୍ତ ରୂପ । ସେ ହେଉଛନ୍ତି ଭୁବନେଶ୍ବର ଶୈଳେଶ୍ରୀ ବିହାରର କମଳାକାନ୍ତ ରଥ । ଅଧିକ ପଢନ୍ତୁ...

କାର୍ଟୁନ କରିବାର ନିଶା ଦେଇଛି ସମାଜରେ ଏକ ପରିଚୟ
କାର୍ଟୁନ କରିବାର ନିଶା ଦେଇଛି ସମାଜରେ ଏକ ପରିଚୟ

By

Published : Sep 13, 2020, 6:50 PM IST

ଭୁବନେଶ୍ବର: ସାମ୍ପ୍ରତିକ ସମାଜର ରୂପରେଖ, ଚଳଣି ଓ ବ୍ୟବହାରକୁ ନିଜ ପେନସିଲ ବା ତୁଳି ମାଧ୍ୟମରେ ଜୀବନ୍ତ ରୂପ ଦେବାରେ ସେ ସିଦ୍ଧହସ୍ତ । କେତେବେଳେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କଳାକୃତି କଟାକ୍ଷ ଓ ବ୍ୟଙ୍ଗ ରୂପରେ ତ କେତେବେଳେ ହାସ୍ୟ ମାଧ୍ୟମରେ ବଡ ବଡ଼ ବାର୍ତ୍ତା ଦେଇଯାଏ ସମାଜକୁ । ସେ ଆଉ କେହି ନୁହନ୍ତି କାର୍ଟୁନିଅଷ୍ଟ କେକେ । ଭୁବନେଶ୍ବର ଶୈଳଶ୍ରୀ ବିହାରର କମଳାକାନ୍ତ ରଥ । ଯାହାଙ୍କୁ ସମସ୍ତେ ପ୍ରିୟରେ କେକେ ବୋଲି ଡାକନ୍ତି । ଖଣ୍ଡେ ପେପର ଓ ପେନସିଲରେ କାର୍ଟୁନ କରୁ କରୁ, ଆଜି ଭୁବନେଶ୍ବରର ସେ ଜଣେ ପରିଚିତ କାର୍ଟୁନିଷ୍ଟ। ପଲିଟିକାଲ କାର୍ଟୁନ, ସାମାଜିକ କାର୍ଟୁନ ଓ କିଛି ମଜାଳିଆ କାର୍ଟୁନ କରନ୍ତି କମଳାକାନ୍ତ ରାଥ । ବାଣିଜ୍ୟରେ ସ୍ନାତକୋତ୍ତର କରିଥିବା କେକେ କଲେଜ ସମୟରୁ କାର୍ଟୁନ କରି ଆସୁଛନ୍ତି ।

କେକେଙ୍କ ସ୍ପର୍ଶରେ କଥା କୁହନ୍ତି କାର୍ଟୁନ
ପିଲାଟି ବେଳୁ ଚିତ୍ର ଆଙ୍କିବାରେ ବେଶ ଧୂରନ୍ଧର ଥିଲେ ଆଉ କାର୍ଟୁନ କରିବା ଥିଲା ତାଙ୍କର ନିଶା। ପାଠପଢା ଭଲ ହେଉନଥିଲେ ସୁଦ୍ଧା ଶିକ୍ଷା କୁ ଗୁରୁତ୍ବ ଦେଇ କଲେଜ ଯାଏଁ ପଢିଥିଲେ । ହେଲେ ହଠାତ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ଅଧିକାଂଶ ସମୟ ଘରେ ରହିବାକୁ ପଡୁଥିଲା । ଆଉ ଏହି ସମୟରେ ସାଥୀ ସାଜିଥିଲା ପେନସିଲ ଓ ପେପର । ଏଠାରୁ ଆରମ୍ଭ ହୋଇଥିଲା କାର୍ଟୁନିଷ୍ଟ ହେବାର ଯାତ୍ରା । ହେଲେ ଆମ ଓଡିଶାରେ ଆଜି ବି କାର୍ଟୁନିଷ୍ଟମାନଙ୍କୁ ଏତେ ମାତ୍ରାରେ ଗୁରୁତ୍ବ ଦିଆଯାଉ ନାହିଁ । ବର୍ତ୍ତମାନର ପରିସ୍ଥିତିରେ ବ୍ୟବସାୟ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । କିନ୍ତୁ କେକେ ନିଜ କଳା ମାଧ୍ୟମରେ ଅନ୍ୟ ମୁହଁରେ ଖୁସିକୁ ଖୋଜନ୍ତି । ଇଚ୍ଛା ଥିଲେ ଉପାୟ ବଳେ ଆସେ। ସେ ସମୟରେ ପ୍ରତିକୂଳ ପରିସ୍ଥିତି ବି ହାର ମାନିଯାଏ। ତେଣୁ କଳାର ଗାମ୍ଭୀର୍ଯ୍ୟ ଓ କିଛି କରିବାର ଝୁଙ୍କ ଯେବେ ମନରେ ବସା ବାନ୍ଧେ ସେତେବେଳେ କରୁଥିବା କାମ ଆହୁରି ଉନ୍ନତ ଧରଣର ହୁଏ ।ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details