ଓଡିଶା

odisha

ETV Bharat / city

ବିଦେଶରେ କାଳିଆର ଲୀଳା: ସିଙ୍ଗାପୁର ରଥଯାତ୍ରାରେ ସାମିଲ ହେଲେ 1000ରୁ ଊର୍ଦ୍ଧ୍ବ ଓଡ଼ିଆ

ଆଜି ସବୁ ଓଡ଼ିଆଙ୍କ ପ୍ରାଣ କେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା । ଏହି ଯାତ୍ରାରେ ଦୁନିଆର କୋଣ ଅନୁକୋଣରୁ ଭକ୍ତ ସାମିଲ ହୋଇଥିବାବେଳେ ସିଙ୍ଗାପୁରରେ ଥିବା ପ୍ରବାସୀ ଓଡିଆ ଆଜି ଧୂମଧାମରେ ରଥଯାତ୍ରା ପାଳନ କରିଛନ୍ତି ।

By

Published : Jul 4, 2019, 10:06 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସାରା ରାଜ୍ୟ ଆଜି ଉତ୍ସବମୁଖର । କାରଣ ଆଜି ସବୁ ଓଡ଼ିଆଙ୍କ ପ୍ରାଣ କେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା । ଏହି ଯାତ୍ରାରେ ଦୁନିଆର କୋଣ ଅନୁକୋଣରୁ ଭକ୍ତ ସାମିଲ ହୋଇଛନ୍ତି । ତେବେ ଏଥିରୁ ବାଦ ପଡିନାହାଁନ୍ତି ସିଙ୍ଗାପୁରରେ ରହୁଥିବା ଓଡ଼ିଆମାନେ ।

ପ୍ରବାସୀ ଓଡିଆମାନେ ସିଙ୍ଗାପୁରର ହଉଗଙ୍ଗ ଷ୍ଟାଡିୟମରେ 1000ରୁ ଊର୍ଦ୍ଧ୍ବ ଓଡ଼ିଆଙ୍କ ସହ ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ଏହି ରଥଯାତ୍ରାରେ ସାମିଲ ହୋଇଥିଲେ । ସମ୍ପୂର୍ଣ୍ଣ ଓଡ଼ିଆ ରୀତିନୀତିରେ ପ୍ରଭୁ ଜଗନ୍ନାଥଙ୍କ ସହ ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ରଙ୍କ ତିନୋଟି ରଥ ମଧ୍ୟ ନିର୍ମାଣ କରାଯାଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ତେବେ ଆଜକୁ ପ୍ରାୟ 10 ବର୍ଷ ହେଲା ସିଙ୍ଗାପୁର ଜଗନ୍ନାଥ ମନ୍ଦିର କମିଟି ପ୍ରତିବର୍ଷ ରଥଯାତ୍ରା ଆୟୋଜନ କରିଆସୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details