ଓଡିଶା

odisha

ETV Bharat / city

‘କ୍ୟାରିଅର ପ୍ଲାନର’ର ଓଡ଼ିଆ ସଂସ୍କରଣ ଉନ୍ମୋଚିତ - କ୍ୟାରିଅର ପ୍ଲାନର ଓଡ଼ିଆ ସଂସ୍କରଣ

ଓଡ଼ିଆ ସଂସ୍କରଣକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉନ୍ମୋଚନ କରିଛନ୍ତି । ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଭାରତ ସାକ୍ଷରତା ପ୍ରକଳ୍ପ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଛନ୍ତି ।

ଓଡ଼ିଆ ସଂସ୍କରଣ ଉନ୍ମୋଚିତ
ଓଡ଼ିଆ ସଂସ୍କରଣ ଉନ୍ମୋଚିତ

By

Published : Dec 5, 2019, 7:03 AM IST

ଭୁବନେଶ୍ବର: ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ପ୍ରସ୍ତୁତି ପୁସ୍ତିକା ‘କ୍ୟାରିଅର ପ୍ଲାନର’ର ଓଡ଼ିଆ ସଂସ୍କରଣ ଉନ୍ମୋଚନ ହୋଇଯାଇଛି । ପାଠପଢା ଶେଷ ହେବା ପରେ ପିଲାଙ୍କର ବିଭିନ୍ନ ବୃତ୍ତି ଚୟନ ନେଇ ଅନେକ ଦ୍ଵନ୍ଦ ରହିଥାଏ । କ୍ଵଚିତ ପିଲା ପରିବାରର ଅଭିଭାବକମାନଙ୍କ କିମ୍ବା ଅନ୍ୟ କାହା ଦ୍ବାରା ଉପଯୁକ୍ତ ମାର୍ଗ ଦର୍ଶନ ପାଇ ନିଜର ଲକ୍ଷ ପଥରେ ଅଗ୍ରସର ହେଉଥିବା ବେଳେ ଅଧିକାଂଶ ପିଲାମାନେ ଏହା ନ କରି ପାରିବାରୁ ଅନେକ ସମସ୍ୟାରେ ଗତି କରିଥାନ୍ତି । ତେଣୁ ସେମାନଙ୍କୁ ଉଚିତ ମାର୍ଗ ଦର୍ଶନ ନିମନ୍ତେ ଭାରତ ସାକ୍ଷରତା ପ୍ରକଳ୍ପ ପକ୍ଷରୁ ଏକ କ୍ୟାରିୟର ପ୍ଲାନର ପ୍ରସ୍ତୁତ କରାଯାଇଛି । ଯାହାର ଓଡ଼ିଆ ସଂସ୍କରଣକୁ ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉନ୍ମୋଚନ କରିଛନ୍ତି ।

‘କ୍ୟାରିଅର ପ୍ଲାନର’ର ଓଡ଼ିଆ ସଂସ୍କରଣ ଉନ୍ମୋଚିତ

ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଭାରତ ସାକ୍ଷରତା ପ୍ରକଳ୍ପ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉନ୍ମୋଚନ କରିବା ସହିତ ଏହା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ ଗଠନ ନେଇ ଏକ ମାର୍ଗ ଦର୍ଶିକା ଭାବେ କାମ କରିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଏହି ସଂସ୍ଥା ପକ୍ଷରୁ ବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ପାଇଁ ଏକ କିଟ ପ୍ରଦାନ କରାଯାଉଛି । ଯାହାକି ପିଲାମାନେ ଖେଳିବା ସହିତ ପାଠ ପ୍ରତି ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।

ତେବେ ଏହାର ବହୁଳ ଭାବେ କିପରି ଛାତ୍ରଛାତ୍ରୀମାନଙ୍କ ବ୍ୟବହାର କରି ପାରିବେ ସେ ଦିଗରେ ବିଭାଗୀୟ ଅଧିକାରୀମାନଙ୍କ ଦ୍ବାରା ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ସେହିପରି ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ସାକ୍ଷରତା ପ୍ରକଳ୍ପର କୋ ଅର୍ଡିନେଟର ଭିକ୍ଟର ଟାଉରୋ, ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ, ଡ଼ଃ ଆଦିତ୍ୟ ପଟ୍ଟନାୟକ ଏବଂ ଡ଼ଃ ବିକାଶ ଦାସ ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇ ଭାରତ ତଥା ଓଡିଶା ଭଳି ପ୍ରଦେଶରେ ଏହାର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details