ଓଡିଶା

odisha

ETV Bharat / city

ଭିଭିଆଇପିଙ୍କ କାରକେଡ ଡ୍ରାଇଭରଙ୍କୁ ଅବହେଳା, ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ହୋହଲ୍ଲା - ଅମିତ ଶାହଙ୍କ ଗସ୍ତ ପୁର୍ବରୁ ରାସ୍ତାରେ ହୋହଲ୍ଲା

ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ରାସ୍ତାକୁ ଓହ୍ଲାଇଛନ୍ତି ଭିଭିଆଇପିଙ୍କ କାରକେଡ ଡ୍ରାଇଭର । ଡ୍ୟୁଟି କରି ପାରିଶ୍ରାମିକ ମିଳୁନଥିବା ଅଭିଯୋଗ । ଅଧିକ ପଢନ୍ତୁ...

aa
ଅମିତ ଶାହଙ୍କ ଗସ୍ତ ପୁର୍ବରୁ ରାସ୍ତାରେ ହୋହଲ୍ଲା

By

Published : Feb 26, 2020, 3:56 PM IST

ଭୁବନେଶ୍ବର: ଭିଭିଆଇପିଙ୍କ କାରକେଡରେ ଡ୍ୟୁଟି କରୁଥିବା ଡ୍ରାଇଭରଙ୍କ ହୋହଲ୍ଲା । ଡ୍ୟୁଟି କରି ପାରିଶ୍ରାମିକ ମିଳୁନଥିବା ଅଭିଯୋଗ । କେବଳ ତେଲ ପକାଇ ଡ୍ୟୁଟି କରାଉଛନ୍ତି ଦାୟିତ୍ବରେ ଥିବା ଅଧିକାରୀ । ଏପରିକି ପ୍ରଧାନମନ୍ତ୍ରୀଙ୍କ ଠୁ ଆରମ୍ଭ କରି ରାଷ୍ଟ୍ରପତି ଗସ୍ତ ପର୍ଯ୍ୟନ୍ତ । ଡ୍ୟୁଟି କରି ନୟାନ୍ତ ପରେ ବି ଖାଇବାକୁ ସୁଯୋଗ ମିଳୁନି । ଯାହାକୁ ନେଇ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ରାସ୍ତାକୁ ଓହ୍ଲାଇଛନ୍ତି ଉତ୍ୟକ୍ତ ଆନ୍ଦୋଳନକାରୀ ।

ଅମିତ ଶାହଙ୍କ ଗସ୍ତ ପୁର୍ବରୁ ରାସ୍ତାରେ ହୋହଲ୍ଲା

ଏନେଇ ରିଜର୍ଭ ପଡିଆ ଗେଟ ସମ୍ମୁଖରେ ଜୟଦେବ ବିହାର ଏଜି ରାସ୍ତାକୁ ଅବରୋଧ କରିଛନ୍ତି ଡ୍ରଇଭର । ତେବେ ସେମାନଙ୍କ ଅଭିଯୋଗ ସରକାରୀ ଡ୍ୟୁଟି ପାଇଁ ଅର୍ଥ ମିଳୁନାହିଁ, କି ବର୍ଷେ ପରେ ବି ବିଲ କ୍ଲିୟର ହେଉନି। ଯାହାକୁ ନେଇ ଆରଟିଓ ଓ ପୋଲିସ ପ୍ରଶାଶନର ଖାମଖିଆଲ ନୀତିକୁ ନେଇ ବିରୋଧ କରିଛନ୍ତି ଭିଭିଆଇପିଙ୍କ କାରକେଡରେ ଡ୍ୟୁଟି କରୁଥିବା ଡ୍ରାଇଭର । ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ହଟିଛନ୍ତି ଏମାନେ ।

ତେବେ ଆସନ୍ତା ୨୮ ତାରିଖରେ ହେବାକୁ ଯାଉଛି ଗୃହମନ୍ତ୍ରୀଙ୍କ ଗୁରୁତ୍ବପୁର୍ଣ୍ଣ ବୈଠକ । ଯେଉଁଥିରେ ଯୋଗଦେବେ ୫ ଟି ଇଷ୍ଟର୍ଣ୍ଣ ରାଜ୍ୟର ଚିଫ ମିନିଷ୍ଟରଙ୍କ ସହ ଚିଫ ସେକ୍ରେଟାରୀ ଓ ହୋମମିନିଷ୍ଟର। ତେବେ ଏନେଇ ୧୦୦ରୁ ଉର୍ଦ୍ଧ୍ବ ଅଫିସିଆଲଙ୍କ ଗସ୍ତ ପାଇଁ ଆରଟିଓ ପକ୍ଷରୁ ଗାଡି ସଂଗ୍ରହ ହେଉଛି। ନିୟମ ଅନୁସାରେ ସେମାନେ ଘରୋଇ ଗାଡିକୁ କାର୍ଯକ୍ରମ ପାଇଁ ଉପଯୋଗ କରିପାରିବେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details