ଓଡିଶା

odisha

By

Published : Feb 9, 2022, 10:59 PM IST

ETV Bharat / city

ମହଙ୍ଗା ପଡିଲା ଡିସିପି ଅଫିସ ସାମ୍ନାରୁ ଲୁଟ, କାର କାଚ ଭାଙ୍ଗି ଲୁଟୁଥିବା ଗ୍ୟାଙ୍ଗ ଗିରଫ

ରାଜଧାନୀରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗ ପୋଲିସ କବଜାରେ । କାର କାଚ ଭାଙ୍ଗି ଲୁଟପାଟ କରୁଥିବା ଲୁଟେରାକୁ ଧରିଲା ପୋଲିସ । ୪ ଜଣିଆ ଗ୍ୟାଙ୍ଗକୁ ଗିରଫ ପରେ ସ୍ପେଶାଲ ସ୍କ୍ବାର୍ଡରେ ପଚରାଉଚରା ଚାଲିଛି । କିପରି ଗ୍ୟାଙ୍ଗ ଚଲାଇଥିଲା ଲୁଟପାଟର ଅପରେସନ ସେନେଇ ଚାଲିଛି ଖୋଳତାଡ । ଅଧିକ ପଢନ୍ତୁ

ମହଙ୍ଗା ପଡିଲା ଡିସିପି ଅଫିସ ସାମ୍ନାରୁ ଲୁଟ୍: କାର କାଚ ଭଙ୍ଗି ଲୁଟୁଥିବା ଗ୍ୟାଙ୍ଗ ଗିରଫ
ମହଙ୍ଗା ପଡିଲା ଡିସିପି ଅଫିସ ସାମ୍ନାରୁ ଲୁଟ୍: କାର କାଚ ଭଙ୍ଗି ଲୁଟୁଥିବା ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗ ପୋଲିସ କବଜାରେ । କାରର କାଚ ଭାଙ୍ଗି ଲୁଟପାଟ କରୁଥିବା ଲୁଟେରାକୁ ଧରିଲା ପୋଲିସ । ୪ ଜଣିଆ ଗ୍ୟାଙ୍ଗକୁ ଗିରଫ ପରେ ସ୍ପେଶାଲ ସ୍କ୍ବାର୍ଡରେ ପଚରାଉଚରା ଚାଲିଛି । କିପରି ଗ୍ୟାଙ୍ଗ ଚଲାଇଥିଲା ଲୁଟପାଟର ଅପରେସନ ସେନେଇ ଚାଲିଛି ଖୋଳତାଡ । ତେବେ ଗିରଫ ପରେ ଗ୍ୟାଙ୍ଗ ଖୋଲିଛି ଲୁଟର ତରିକା । ଗ୍ୟାଙ୍ଗର କହିବା ମୁତାବକ ଏକ ଲୁହା ବଲ ଜରିଆରେ ଭାଙ୍ଗୁଥିଲେ କାର କାଚ । ଅନ୍ଧାରରେ ବୁଲି ବୁଲି ଗ୍ୟାଙ୍ଗ ସହରର ନିଛାଟିଆରେ ଥିବା କାରକୁ ଟାର୍ଗେଟ କରୁଥିଲେ ।

ମହଙ୍ଗା ପଡିଲା ଡିସିପି ଅଫିସ ସାମ୍ନାରୁ ଲୁଟ୍: କାର କାଚ ଭଙ୍ଗି ଲୁଟୁଥିବା ଗ୍ୟାଙ୍ଗ ଗିରଫ

କାର ଭିତରେ କିଛି ଜିନିଷ ବା ଦାମି ସାମଗ୍ରୀ ଦେଖ ଲୁଟପାଟ କରୁଥିଲେ । ଲୁଟପାଟ ପରେ ନିଜେ ପିନ୍ଧିକି ଆସୁଥିବା ସ୍ବେଟର ବା ଟି ସାର୍ଟ ଓଲଟାଇ ପିନ୍ଧୁଥିଲେ ନଚେତ ଅଲଗା ରଙ୍ଗର ପେଷାକ ପିନ୍ଧି ଘଟଣା ସ୍ଥଳରୁ ଖସିଯାଉଥିଲେ‌ । ତେବେ ଗତ ୩ ତାରିଖରେ ଡିସିପି ଅଫିସ ସାମ୍ନାରୁ ଏକ କାରର କାଚ ଭାଙ୍ଗି ଲୁଟପାଟ କରିଥିଲେ‌ । ଯାହାର ଆଧାରରେ ପୋଲିସ ହାତରେ ଲାଗିଥିଲା ସୁରାକ ।

ଘଟଣା ସ୍ଥଳର‌ ସିସିଟିଭି ଫୁଟେଜରୁ ଲୁଟେରାଙ୍କ ଟେର ପାଇଥିଲା ପୋଲିସ । ଏନେଇ ସେମାନେ କେଉଁଆଡକୁ ଯାଇଥିଲେ ସେଇ ଆଧାରରେ ପୋଲିସ ସହରର ସେହି ରୁଟର ସିସିଟିଭି ଫୁଟେଜରୁ ଲୁଟେରାଙ୍କ ଟେର ପାଇଥିଲା । ଡୁମୁଡୁମାରୁ ଗ୍ୟାଙ୍ଗକୁ ଠାବ ପରେ ଲୁଟପାଟ କରିଥିବା ସାମଗ୍ରୀକୁ ଖୋଜୁଛି ପୋଲିସ ଏବଂ ଏଥିପାଇଁ ବିଭିନ୍ନ ସ୍ଥାନ ବୁଲି ବୁଲି ରେଡ ମାରୁଛି । ଗ୍ୟାଙ୍ଗର ସଦସ୍ୟ କେଉଁଠି ଲୁଟ ଜିନିଷ ବିକ୍ରି କରିଛନ୍ତି ଓ ଲୁଟ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଖୋଳତାଡ ଚାଲିଛି । ଏମାନଙ୍କ ଗ୍ୟାଙ୍ଗରେ ଆଉ କିଏ ଲିଙ୍କରେ ଅଛନ୍ତି, ସେନେଇ ମଞ୍ଚେଶ୍ବର, ଖାରବେଳନଗର, କ୍ୟାପିଟାଲ ଓ ସହିଦନଗର ଥାନା ସହ ସ୍ପେଶାଲ ସ୍କ୍ବାରଡ ମିଳିତ ଭାବେ ଜୋରଦାର ଅପରେସନ‌ ଚଳାଇଛି ।

ତେବେ ଲୁଟେରା ଗତ ଫେବୃଆରି ୩ ତାରିଖରେ ଡିସିପି ଅଫିସ ସାମ୍ନା କଲ୍ୟାଣ ଜୁଏଲାରୀ ପାଖରୁ ଏକ କାରର କାଚ ଭାଙ୍ଗି ଦାମି ଜିନିଷ ଓ ଟଙ୍କା ଲୁଟପାଟ କରିଥିଲେ । ୩୧ ଜାନୁଆରୀ ୨୦୨୧ କ୍ୟାପିଟାଲ ଥାନା ରାଜମହଲ ଛକରେ OD02BT3896 ନମ୍ବର ଥିବା କାରର ପାର୍କିଂରୁ କାଚ ଭାଙ୍ଗି ଡାକ୍ତର ସୁର୍ଯ୍ୟପ୍ରକାଶ ନାୟକଙ୍କ ଲ୍ୟାପଟପ ସହ କିଛି ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ ।
କେବଳ‌ ଏଇ ଘଟଣା ନୁହେଁ ସମାନ ଢଙ୍ଗରେ ପୂର୍ବବର୍ଷ ଅର୍ଥାତ, ୪ ମାର୍ଚ୍ଚ ୨୦୨୧ରେ ଖାରବେଳ ନଗର ଥାନା ଅଞ୍ଚଳ ଶ୍ରୀୟା ଟକିଜ ନିକଟରୁ ଏକ କାଚ ଭାଙ୍ଗି ଲୁଟିଥିଲେ ୧ ଲକ୍ଷ ୨୦ ହଜାର । ୧୦ ମାର୍ଚ୍ଚ ୨୦୨୧ରେ ଜଟଣି ଥାନା ଅଞ୍ଚଳର ସବ ରେଜିଷ୍ଟ୍ରାର ଅଫିସ ସାମ୍ନାରୁ କାର କାଚ ଭାଙ୍ଗି ୬ ଲକ୍ଷ ଲୁଟିଥିଲେ ଲୁଟେରା ।

ତେବେ ଗତବର୍ଷ ଲୁଟେରା କମିଶନରେଟ ପୋଲିସ କବଳରୁ ଖସିଯାଇଥିଲେ ଓ ଏବର୍ଷ ଧରିବାରେ ସଫଳ‌ ହୋଇଛି ପୋଲିସ । ଲୁଟେରାଙ୍କ ପରିଚୟ ଗୋପନ ରଖିଛି ପୋଲିସ । କମିଶନରେଟ୍ ପୋଲିସ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଏନେଇ ଖୁବଶିଘ୍ର ପ୍ରେସ କନଫରେନସ ଜରିଆରେ ଖୁଲାସା କରିପାରନ୍ତି କମିଶନରେଟ୍ ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details