ଓଡିଶା

odisha

ETV Bharat / city

ଆନ୍ତଃରାଜ୍ୟ ବିଦ୍ୟୁତ ସଞ୍ଚାରଣ ଶୁଳ୍କ ହ୍ରାସ ଦାବି, କେନ୍ଦ୍ରଙ୍କୁ ଚିଠି ଲେଖିଲେ ଦିବ୍ୟଶଙ୍କର - Captain Dibya Shankar Mishra write letter Centre

ବିଦ୍ୟୁତ ସଞ୍ଚାରଣ ପାଇଁ ଲାଗୁ ପରିବହନ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ନିକଟରେ ଦାବି କରିଛି ଓଡ଼ିଶା । ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ।ଅଧିକ ପଢନ୍ତୁ..

ଆନ୍ତଃରାଜ୍ୟ ବିଦ୍ୟୁତ ସଞ୍ଚାରଣ ଶୁଳ୍କ ହ୍ରାସ ଦାବି,  କେନ୍ଦ୍ରଙ୍କୁ ଚିଠି ଲେଖିଲେ ଦିବ୍ୟଶଙ୍କର
ଆନ୍ତଃରାଜ୍ୟ ବିଦ୍ୟୁତ ସଞ୍ଚାରଣ ଶୁଳ୍କ ହ୍ରାସ ଦାବି, କେନ୍ଦ୍ରଙ୍କୁ ଚିଠି ଲେଖିଲେ ଦିବ୍ୟଶଙ୍କର

By

Published : Apr 29, 2021, 10:41 PM IST

ଭୁବନେଶ୍ବର :କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଞ୍ଚାରଣ ପାଇଁ ଲାଗୁ ପରିବହନ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ନିକଟରେ ଦାବି କରିଛି ଓଡ଼ିଶା । ଏ ନେଇ ଗୁରୁବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ।

କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍‌ର ବିଦ୍ୟୁତ ସଞ୍ଚାରଣ ନେଟୱର୍କ ମାଧ୍ୟମରେ ଉକ୍ତ ବିଦ୍ୟୁତ ସଞ୍ଚାରିତ ହୋଇଥାଏ । ୨୦୧୧ - ୧୨ ଆର୍ଥିକ ବର୍ଷରେ ISTS ଶୁଳ୍ପ ୟୁନିଟ୍ ପିଛା ୨୪ ପଇସା ଥିବାବେଳେ ୨୦୧୯ - ୨୦ ବେଳକୁ ତାହା ବୃଦ୍ଧି ପାଇ ପ୍ରାୟ ୧ ଟଙ୍କା ହୋଇଛି । ଏ ସମ୍ବନ୍ଧରେ ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜକୁମାର ସିଂହଙ୍କୁ ଚିଠି ଲେଖି ପିଜିସିଆଇଏଲ୍‌ର ଏହି ବିଦ୍ୟୁତ ସଂଚାରଣ ଶୁଳ୍କର ପୁନଃବିଚାର ନିମନ୍ତେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

ବିଦ୍ୟୁତର ସଞ୍ଚାରଣ ପରିମାଣ ଏବଂ ସଞ୍ଚାରଣ ବ୍ୟବସ୍ଥାର ପ୍ରକୃତ ବ୍ୟବହାର ଉପରେ ଶୁଳ୍କ ନିର୍ଦ୍ଧାରଣ କରାଯିବା ନେଇ ଆଇନଗତ ବ୍ୟବସ୍ଥା ରହିଛି । ପିଜିସିଆଇଏଲ୍‌ର ବାର୍ଷିକ ରାଜସ୍ବ ଆବଶ୍ୟକତା ୨୦୧୯ - ୨୦ ଆର୍ଥିକ ବର୍ଷରେ ବୃଦ୍ଧି ପାଇ ୩୯୦୦୦ କୋଟି ଟଙ୍କାରେ ପହଞ୍ଚିଛି । ଯାହା ୨୦୧୧ - ୧୨ ଆର୍ଥିକବର୍ଷରେ ୯୦୦୦ କୋଟି ରହିଥିଲା । ଯାହାର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୨୧ % ଅଟେ ।

ଆନ୍ତଃରାଜ୍ୟ ବିଦ୍ୟୁତ ସଞ୍ଚାରଣ ଦେୟ ଓଡ଼ିଶା ପାଇଁ ୨୦୧୧ - ୧୨ରେ ୧୭୯ କୋଟି ଟଙ୍କା ଥିବାବେଳେ ୨୦୧୯ - ୨୦ ବେଳକୁ ତାହା ବୃଦ୍ଧି ପାଇ ୭୩୪ କୋଟି ଟଙ୍କାରେ ପହଞ୍ଚିଛି । ଏହି ଆଶାତୀତ ଦର ବୃଦ୍ଧି ସମସ୍ୟାର ସମାଧାନର ଉପାୟ ଉପରେ ଶକ୍ତିମନ୍ତ୍ରୀ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି । ଅବ୍ୟବହୃତ ଭିତ୍ତିଭୂମିର ଖର୍ଚ୍ଚକୁ ଉପଭୋକ୍ତାଙ୍କ ଉପରେ ଲଦି ନଦେବାକୁ ଏବଂ ଏହାକୁ ଶକ୍ତି ବ୍ୟବସ୍ଥା ବିକାଶ ପାଣ୍ଠି ଭଳି ସରକାରୀ ପାଣ୍ଠିରୁ ଭରଣା କରିବାକୁ ରାଜ୍ୟ ଶକ୍ତି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଦ୍ୟୁତ ଆକ୍ଟ ୨୦୦୩ର ଧାରା ୧୦୭ ପ୍ରକାରେ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗକୁ ଏ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରି ବିଦ୍ୟୁତ ପରିବହନ ଦେୟକୁ ଜାତୀୟ ବିଦ୍ୟୁତ ନିୟମ ୨୦୦୩ ଓ ଟ୍ରାଫିକ ପଲିସି ଆଧାରରେ ସ୍ଥିର କରିବାକୁ ଅନୁରୋଧ କରିଛନ୍ତି । ଅନ୍ତଃରାଜ୍ୟ ସଞ୍ଚାରଣ ଶୁଳ୍କ କମ୍ କଲେ ବିଦ୍ୟୁତ ଦର ମଧ୍ୟ ହ୍ରାସ ଯାଇପାରିବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details