ଓଡିଶା

odisha

By

Published : Apr 26, 2021, 10:17 PM IST

Updated : Apr 26, 2021, 10:40 PM IST

ETV Bharat / city

ରାଜନୀତିରୁ ଊର୍ଦ୍ଧ୍ୱରେ ରହି କାର୍ଯ୍ୟ କରନ୍ତି ମୁଖ୍ୟମନ୍ତ୍ରୀ: ଦିବ୍ୟଶଙ୍କର ମିଶ୍ର

ରାଜ୍ୟର ସମସ୍ତଙ୍କ ଲାଗି ମାଗଣା ଟିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସାଲ୍ୟୁଟ ମାରିଛନ୍ତି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଅଧିକ ପଢନ୍ତୁ....

captain dibya shankar mishra reaction on free vaccine in state
ରାଜନୀତିରୁ ଊର୍ଦ୍ଧ୍ୱରେ ରହି କାର୍ଯ୍ୟ କରନ୍ତି ମୁଖ୍ୟମନ୍ତ୍ରୀ: ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର:ରାଜ୍ୟର ସମସ୍ତଙ୍କ ଲାଗି ଟିକା ମାଗଣା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦଳ ଭିତରେ ଓ ବାହାରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସାଲ୍ୟୁଟ ମାରିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଦିବ୍ୟଶଙ୍କର କହିଛନ୍ତି ଯେ, ମୁଁ ଜଣେ ଓଡ଼ିଆ ହିସାବରେ ଆଜି ଗର୍ବିତ । ମୁଖ୍ୟମନ୍ତ୍ରୀ ସବୁବେଳେ ରାଜନୀତିରୁ ଊର୍ଦ୍ଧ୍ବରେ ରହି କାର୍ଯ୍ୟ କରିଛନ୍ତି ।

ରାଜନୀତିରୁ ଊର୍ଦ୍ଧ୍ୱରେ ରହି କାର୍ଯ୍ୟ କରନ୍ତି ମୁଖ୍ୟମନ୍ତ୍ରୀ: ଗୃହରାଷ୍ଟ୍ର ମନ୍ତ୍ରୀ

ମହାମାରୀ ସମୟରେ ଦେଶର ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମ୍ମୁଖକୁ ଆସି ଲଢ଼େଇ କରିଛନ୍ତି । କେବଳ ମନୁଷ୍ୟ ସମ୍ପଦ ନୁହେଁ, ପଶୁ ଏବଂ ପ୍ରାକୃତିକ ସମ୍ପଦ ରକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀ ସବୁବେଳେ ଚେଷ୍ଟା କରି ଆସିଛନ୍ତି ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 26, 2021, 10:40 PM IST

ABOUT THE AUTHOR

...view details