ଓଡିଶା

odisha

ETV Bharat / city

ବନ୍ଧୁକ ମୁନରେ ଜମି ଜବରଦଖଲ ଉଦ୍ୟମ, 3 ଗିରଫ

ରାଜଧାନୀରେ ବନ୍ଧୁକ ଦେଖାଇ ଜମି ଜବରଦଖଲ କରାଯାଉଛି । ଏଭଳି ଉଦ୍ୟମ କରୁଥିବା ତିନିଜଣଙ୍କୁ କୁଇକ ଆକ୍ସନ ଟିମ ଓ କ୍ୟାପିଟାଲ ଥାନା ପୋଲିସର ମିଳିତ ଉଦ୍ୟମରେ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ସହ ୩ ରାଉଣ୍ଡ ଗୁଳି ଓ ଦୁଇଟି ବାଇକ ଜବତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 8, 2019, 5:11 PM IST

ଭୁବନେଶ୍ବର: ବନ୍ଧୁକ ମୁନରେ ଜମି ଜବରଦଖଲ । ଜାଗା ନ ଦେଲେ ମିଳୁଛି ବନ୍ଧୁକର ଭୟ । ଏମିତି ଢଙ୍ଗରେ ରାଜଧାନୀରେ ଚାଲିଛି ଜମି ଦଖଲ କାରବାର । ଏହି ଅଭିଯୋଗର ସୁରାକ ପାଇଁ କମିଶନରେଟ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତମାନେ ହେଲେ ସରୋଜ ବେହେରା ଓରଫ ହାପି, ରୋମନ ମାଲିଆ, ଓ ବବୁଲ ବେହେରା ଓରଫ ରାଜା । ସେମାନଙ୍କ ଠାରୁ ୨ଟି ବନ୍ଧୁକ ସହ ୩ ରାଉଣ୍ଡ ଗୁଳି ଓ ଦୁଇଟି ବାଇକ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଆଜି ସକାଳେ ଧଉଳି ଥାନା ଅଞ୍ଚଳରେ ଜଣେ ଲୋକଙ୍କ ଜମି ଜବରଦଖଲ କରିବାକୁ ଅଭିଯୁକ୍ତମାନେ ଧମକାଉଥିଲେ । ସେହି ସମୟରେ କୁଇକ ଆକ୍ସନ ଟିମ ଓ କ୍ୟାପିଟାଲ ଥାନା ପୋଲିସର ମିଳିତ ଉଦ୍ୟମରେ ଏହି ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଆର୍ମସ ଆକ୍ଟରେ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ନାମରେ ଧଉଳି ଥାନାରେ ମାମଲା ମଧ୍ୟ ରହିଛି ।


ଅନେକ ସମୟରେ ଜମି ଜବରଦଖଲ ପାଇଁ ଅନେକ ବିଲଡର ଏଭଳି ଅସାମାଜିକ ବ୍ୟକ୍ତିମାନଙ୍କ ଜରିଆରେ ବନ୍ଧୁକ ମୁନରେ ଭୟ ଦେଖାଇ ଜମି ଜବରଦଖଲ କରିଥାନ୍ତି । ଏହି ମାମଲାରେ ବିଲଡରଙ୍କ ନାମ ଆଗକୁ ଆସେ ନାହିଁ । ଏପରିକି ଭୟରେ ଲୋକେ ପୋଲିସ ନିକଟରେ ଅଭିଯୋଗ କରନ୍ତି ନାହିଁ । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details