ଭୁବନେଶ୍ବର:ଆସନ୍ତା 16 ତାରିଖରୁ ସାରା ଦେଶରେ କୋଭିଡ ଟୀକାକରଣ ଆରମ୍ଭ ହେବାକୁ ଥିବା ବେଳେ ଆଜି(ମଙ୍ଗଳବାର) ରାଜ୍ୟରେ ଟିକା ପହଞ୍ଚୁଛି । ଏଥିଲାଗି ରାଜ୍ୟରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।
କ୍ୟାପିଟାଲ ହସ୍ପିଟାଲରେ ଗତ ୨ ତାରିଖରେ ଡ୍ରାଏ ରନ୍ ହୋଇଥିଲା । ଭ୍ୟାକସିନ୍ ପାଇଁ ପୋର୍ଟାଲରେ ନାମକୁ ରେଜିଷ୍ଟ୍ରେସନ ହୋଇଛି । କୋରୋନା ସମୟରେ ହସ୍ପିଟାଲରେ ପ୍ରାୟ ୧୫୦୦ ସ୍ବାସ୍ଥ୍ୟକର୍ମୀ କାମ କରୁଥିଲେ । ହସ୍ପିଟାଲକୁ ଟୁ- ୱେ କମ୍ୟୁନିକେସନ୍ ସେଣ୍ଟର କରାଯାଇଛି ।