ଓଡିଶା

odisha

ନୂଆ ରୂପରେ କ୍ୟାପିଟାଲ ହସ୍ପିଟାଲର ଆଶୁଚିକିତ୍ସାଳୟ, ସୁବିଧା ପାଇବେ ରୋଗୀ

By

Published : May 8, 2022, 5:52 PM IST

ହସ୍ପିଟାଲରେ ଅହେତୁକ ଭିଡକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲର ଆଶୁ ଚିକିତ୍ସା କେନ୍ଦ୍ରକୁ ସମ୍ପ୍ରସାରଣ କରାଯାଇଛି । ଆଶୁ ଚିକିତ୍ସା କେନ୍ଦ୍ରରେ ପୂର୍ବରୁ ଗୋଟିଏ ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ ଥିବାବେଳେ ଏବେ ଦୁଇଟି ଦ୍ବାର କରାଯାଇଛି । ଅଧିକ ପଢନ୍ତୁ

ନୂଆ ରୂପରେ କ୍ୟାପିଟାଲ ହସ୍ପିଟାଲର ଆଶୁଚିକିତ୍ସାଳୟ
ନୂଆ ରୂପରେ କ୍ୟାପିଟାଲ ହସ୍ପିଟାଲର ଆଶୁଚିକିତ୍ସାଳୟ

ଭୁବନେଶ୍ବର: ହସ୍ପିଟାଲରେ ଅହେତୁକ ଭିଡକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲର ଆଶୁ ଚିକିତ୍ସା କେନ୍ଦ୍ରକୁ ସମ୍ପ୍ରସାରଣ କରାଯାଇଛି । ଆଶୁ ଚିକିତ୍ସା କେନ୍ଦ୍ରରେ ପୂର୍ବରୁ ଗୋଟିଏ ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ ଥିବାବେଳେ ଏବେ ଦୁଇଟି ଦ୍ବାର କରାଯାଇଛି । କ୍ୟାପିଟାଲ ଚିକିତ୍ସାଳୟରେ ଦୈନିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଛି । ବହିର୍ବିଭାଗ ସେବା ପରେ ଆଶୁଚିକିତ୍ସା କେନ୍ଦ୍ରରେ ଅନେକ ଗହଳି ହେଉଛି । ସ୍ଥାନ ଅଭାବରୁ ଧାଡିବାନ୍ଧି ଚିକିତ୍ସା ପାଇଁ ଅପେକ୍ଷା କରି ରହୁଛନ୍ତି । ଏହାକୁ ଗୁରୁତ୍ବ ଦେଇ ଆଶୁଚିକିତ୍ସା କେନ୍ଦ୍ରକୁ ସମ୍ପ୍ରସାରଣ କରାଯାଇଛି । ଏହାକୁ ସଂଲଗ୍ନ କରି ଦୁଇଟି କକ୍ଷ ସ୍ବତନ୍ତ୍ର ଇସିଜି କକ୍ଷକୁ ହଟାଯାଇ ଗୋଟିଏ କେନ୍ଦ୍ର କରାଯାଇଛି । ଯାହାଦ୍ବାରା ଉଭୟ ରୋଗୀ ଏବଂ ଡାକ୍ତରଙ୍କୁ କୌଣସି ଅସୁବିଧା ହେବନାହିଁ ।

ନୂଆ ରୂପରେ କ୍ୟାପିଟାଲ ହସ୍ପିଟାଲର ଆଶୁଚିକିତ୍ସାଳୟ

ସେଣ୍ଟ୍ରାଲ ଏସି ସହିତ ଅମ୍ଲଜାନ ପାଇପ, ଇସିଜି ଆଦି ସ୍ବତନ୍ତ୍ର ବ୍ୟବସ୍ଥା ଏଠାରେ କରାଯାଇଛି । ଅନ୍ୟପକ୍ଷରେ ପୁରୁଷ ଜରୁରୀକାଳୀନ ୱାର୍ଡରେ ୯ ଓ ମହିଳା ୱାର୍ଡରେ ୫ ଶଯ୍ୟା ଥିବାବେଳେ ଏହାକୁ ଗୋଟିଏ ୱାର୍ଡ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ଆସନ୍ତା ବର୍ଷରୁ ପିଜିଆଇ ନାମଲେଖା ପ୍ରଥମ ପର୍ଯ୍ୟାୟରେ ପ୍ରଫେସର ନିଯୁକ୍ତି ହୋଇସାରିଛନ୍ତି । ନିକଟରେ ୩ ପ୍ରଫେସର ଓ ୧୩ ସହଯୋଗୀ ପ୍ରଫେସର ନିଯୁକ୍ତି ପାଇଛନ୍ତି । ପ୍ରାୟ ସାଢେ ୪ ଏକର ଜାଗାରେ ୫ ମହଲାର ନୂତନ ଗୃହ ନିର୍ମାଣ ହେବାକୁ ଥିବାବେଳେ ଜାଗା ଚିହ୍ନଟ ସରିଛି । ଏହାକୁ ଖାଲି କରାଯାଇ ପାରୁନାହିଁ । ଯାହାଦ୍ୱାରା କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା ଜଣାପଡିଛି । ୨୦୨୩ ମସିହା ସୁଦ୍ଧା ପିଜିଆଇ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details