ଓଡିଶା

odisha

ETV Bharat / city

Capital Foundation Day: ଅତିଥୀ ତାଲିକାରେ ନାହିଁ ଅପରାଜିତାଙ୍କ ନାମ, ସାଂସଦଙ୍କୁ ଭୁଲିଗଲା BMC ! - କ୍ୟାପିଟାଲ ପ୍ରତିଷ୍ଠା ଦିବସ ଖବର ଭୁବନେଶ୍ବର

ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ । । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମନଥିବାକୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

ଅପରାଜିତାଙ୍କୁ ଭୁଲିଗଲେ, ପ୍ରତିଷ୍ଠା ଦିବସ କାର୍ଯ୍ୟସୂଚିରେ ନାହିଁ ସାଂସଦଙ୍କ ନାମ
ଅପରାଜିତାଙ୍କୁ ଭୁଲିଗଲେ, ପ୍ରତିଷ୍ଠା ଦିବସ କାର୍ଯ୍ୟସୂଚିରେ ନାହିଁ ସାଂସଦଙ୍କ ନାମ

By

Published : Apr 12, 2022, 9:22 PM IST

ଭୁବନେଶ୍ବର: ବୁଧବାର ପାଳନ ହେବ 74ତମ ଭୁବନେଶ୍ବର ପ୍ରତିଷ୍ଠା ଦିବସ(Capital Foundation Day) । ମହାଆଡମ୍ବରରେ ଏହି ସ୍ବତନ୍ତ୍ର ଦିନକୁ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇସାରିଛି । ତେବେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିମନ୍ତ୍ରଣ ସୂଚୀରେ କାର୍ଯ୍ୟସୂଚୀରେ ଭୁବନେଶ୍ବର ସାଂସଦଙ୍କ ନାମ ନଥିବାକୁ ନେଇ ଚର୍ଚ୍ଚା ଜୋରଧରିଛି ।

ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଉଦଘାଟନ ସମାରୋହରେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ନିମନ୍ତ୍ରଣ କରାନଯିବାକୁ ନେଇ ସମାଲୋଚନାର ଶିକାର ହୋଇଥିବା ରାଜ୍ୟ ସରକାର ବର୍ତ୍ତମାନ ସମାନ ଭୁଲ୍ ଦୋହରାଇଛନ୍ତି । ରାଜଧାନୀ ପ୍ରତିଷ୍ଠା ଦିବସ କାର୍ଯ୍ୟସୂଚୀରେ ନିମନ୍ତ୍ରିତ ଅତିଥିଙ୍କ ତାଲିକାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମ ନାହିଁ ।

ଅପରାଜିତାଙ୍କୁ ଭୁଲିଗଲେ, ପ୍ରତିଷ୍ଠା ଦିବସ କାର୍ଯ୍ୟସୂଚିରେ ନାହିଁ ସାଂସଦଙ୍କ ନାମ

ଦୀର୍ଘ 35 ବର୍ଷ ହେବ କ୍ୟାପିଟାଲ ଡେ ସେଲେବ୍ରେସନ କମିଟି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଏହା ସହ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଉଛି । ତେବେ ବର୍ତ୍ତମାନ ଏହି କମିଟି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଅଧୀନକୁ ଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଏହାର ସଂଯୋଜକ ଦାୟିତ୍ୱ ତୁଲାଉଛନ୍ତି । BMC ଦ୍ୱାରା ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହେଉଛି ଏହି କମିଟି । ମାତ୍ର ନିମନ୍ତ୍ରଣ ସୂଚୀରେ ଭୁବନେଶ୍ବର ସାଂସଦଙ୍କ ନାମ ନଥିବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details