ଭୁବନେଶ୍ବର: ସଞ୍ଜ ହେଲେ ଜମୁଛି ଲୋକଙ୍କ ଭିଡ଼। ସାଙ୍ଗ ସାଥି ଓ ପରିବାର ସହ ଆଖ ପାଖ ଅଞ୍ଚଳର ଲୋକେ ଓ ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏହି ମେଳା ବୁଲିବାକୁ ଆସି ପହଞ୍ଚୁଥିବା ଦେଖିବାକୁ ମିଳୁଛି । ସେପଟେ ବର୍ଷକୁ ଥରେ ଏହି ମେଳା ଆୟୋଜିତ ହେଉଥିବାରୁ ଏହାର ଏକ ସ୍ବତନ୍ତ୍ରତା ରହିଛି। ସେଥିପାଇଁ ଆଖପାଖ ଅଞ୍ଚଳର କ୍ଷୁଦ୍ର ବେପାରୀଙ୍କ ସହ ଦୂରଦୂରାନ୍ତ ବେପାରି ମଧ୍ୟ ଆସି ଏଠାରେ ନିଜର ପସରା ମେଲାଇ ଥିବାର ଦେଖାଯାଏ।
ଅନ୍ୟ ମେଳାରେ ମିଳୁ ନଥିବା ଅନେକ ଘରକରଣା ସାମଗ୍ରୀ ଯଥା ପଥରରୁ ତିଆରି ଶିଳ, ଚକି, ବାଉଁଶ ସାମଗ୍ରୀ, ଘରସଜ୍ଜା ପାଇଁ ନାନା ପ୍ରକାର ସରଞ୍ଜାମ ଓ ପିଲାଙ୍କ ପାଇଁ ଭଳିକି ଭଳି ଖେଳଣା ଆଦି ଏଠାରେ ମିଳିଥାଏ। ଯାହାକୁ କିଣାକିଣି କରିବା ସହ ଏଠାରେ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟର ମଜା ନିଅନ୍ତି ଲୋକେ । କୁନି କୁନି ପିଲା ମଧ୍ୟ ମେଳାରେ ଥିବା ଦୋଳିର ବେଶ ମଜା ଉଠାଇଥିବା ଦେଖିବାକୁ ମିଳେ ।