ଓଡିଶା

odisha

ETV Bharat / city

ରାଜଧାନୀରେ ଆଉ ଦିଶିବେନି ଭିକ୍ଷୁକ, ଖର୍ଚ୍ଚ ହେବ ଏକ କୋଟି - ବେଗର ହୋମ

ଭୁବନେଶ୍ବରରେ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା Beggar home ଆଜି ସାକାର ହୋଇଛି। ଭିକ୍ଷୁକଙ୍କ ଠାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି ରାଜଧାନୀ । ଅଧିକ ପଢ଼ନ୍ତୁ...

capital city Bhubaneswar, beggar free bhubaneswar, ଭିକ୍ଷୁକ ମୁକ୍ତ ଭୁବନେଶ୍ବର, Beggar home, ବେଗର ହୋମ, ସ୍ମାର୍ଟସିଟି ହେଲା ଭିକ୍ଷୁକ ମୁକ୍ତ
ରାଜଧାନୀରେ ଆଉ ନାହାନ୍ତି ଭିକ୍ଷୁକ

By

Published : Jun 12, 2021, 8:55 PM IST

ଭୁବନେଶ୍ବର: ସ୍ମାର୍ଟସିଟି ହେଲା ଭିକ୍ଷୁକ ମୁକ୍ତ। ଭିକ୍ଷୁକ ମୁକ୍ତ ଭୁବନେଶ୍ବର ପାଇଁ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା Beggar home ଆଜି ସାକାର ହୋଇଛି। ଭୁବନେଶ୍ବର ଉପକଣ୍ଠ ରଙ୍ଗବଜାରରେ ଆରମ୍ଭ ହୋଇଛି ଭିକ୍ଷୁକ ଥଇଥାନ କେନ୍ଦ୍ର।

ରାଜଧାନୀରେ ଆଉ ନାହାନ୍ତି ଭିକ୍ଷୁକ

ରହିବା, ଖାଇବା ରହିବା ସହ ସ୍ବାବଲମ୍ବୀ ହେବା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ମଧ୍ୟ ଆଗକୁ ବ୍ୟବସ୍ଥା କରାଯିବ। ଉଭୟ ପୁରୁଷ ଓ ମହିଳା ଭିକ୍ଷୁକଙ୍କ ପାଇଁ ହୋଇଛି ଏହି ସମସ୍ତ ବ୍ୟବସ୍ଥା । ଏନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠି। ଏହାର ପରିଚାଳନା ଦାୟିତ୍ବ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିକାଶକୁ ଦିଆଯାଇଛି।

ଭିକ୍ଷୁକଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ। ଟେଲେରିଂ, କତା ବଳିବା, କାଗଜ ବ୍ୟାଗ ତିଆରି କରିବା ପାଇଁ ତାଲିମ ଦିଆଯିବ। ଏଥିପାଇଁ ବାର୍ଷିକ ୧ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ନର୍ଥ ଜୋନରେ ମହିଳା ଓ ଶିଶୁ ଭିକ୍ଷୁକଙ୍କ ପାଇଁ VJSS ନାମକ ଏକ ଘରୋଇ ସଂସ୍ଥାକୁ ଟେଣ୍ଡର ପ୍ରଦାନ କରାଯାଇଛି ସେହିପରି ସାଉଥ ଇଷ୍ଟ ଜୋନରେ ୧୦୦ ବୟସ୍କ ଭିକ୍ଷୁକଙ୍କ ପାଇଁ ଥଇଥାନ ଏବଂ ସାଉଥ ଇଷ୍ଟ ଜୋନରେ ୧୦୦ ଶାରୀରିକ ଓ ମାନସିକ ଅକ୍ଷମଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରିଛି ବିଏମସି । ମାସିକ ଜଣଙ୍କ ପିଛା ଖର୍ଚ୍ଚ ହେବ ୩୪୦୦ ଟଙ୍କା। ଏହାଦ୍ବାରା ଭୁବନେଶ୍ବରରେ ଭିକ୍ଷା ବୃ୍ତ୍ତି ବନ୍ଦ କରାଇ ଥଇଥାନ କରିବାକୁ ନିଷ୍ପତ୍ତି ନେଇଛି ବିଏମସି । 2017 ମସିହାରେ ଭୁବନେଶ୍ବରରେ ଏକ ସର୍ଭେ ସମୟରେ, ପ୍ରାୟ ୧୨୭୦ ଜଣ ଭିକାରୀ ଅଛନ୍ତି ବୋଲି ଜଣାପଡିଥିଲା। ତେବେ ବିଏମସିର ଏଭଳି ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details