ଓଡିଶା

odisha

ETV Bharat / city

ଗଞ୍ଜେଇ ଚାଲାଣକାରୀଙ୍କ ନଜର ନାଇଟ କୋଚ ବସ, କଲିକତା ଚାଲାଣବେଳେ ବରମୁଣ୍ଡାରୁ ଜବତ - ନାଇଟ କୋଚ ବସ

ଏଣିକି ପୋଲିସ ଓ ଅବକାରୀ ନଜରରେ ବର୍ତ୍ତିଵାକୁ ନୂଆ ପନ୍ଥା ଆପଣାଇଛନ୍ତି ଗଞ୍ଜେଇ ମାଫିଆ। ଗଞ୍ଜେଇ ଚାଲାଣ ପାଇ ଏବେ ଗଞ୍ଜେଇ ଚାଲାଣକାରୀ ବ୍ୟବହାର କରୁଛନ୍ତି ନାଇଟକୋଚ ବସ । ଅଧିକ ପଢନ୍ତୁ...

ଗଞ୍ଜେଇ ଚାଲାଣକାରୀଙ୍କ ନଜର ନାଇଟ କୋଚ ବସ, କଲିକତା ଚାଲାଣ ବେଳେ ବରମୁଣ୍ଡାରୁ ଜବତ
ଗଞ୍ଜେଇ ଚାଲାଣକାରୀଙ୍କ ନଜର ନାଇଟ କୋଚ ବସ, କଲିକତା ଚାଲାଣ ବେଳେ ବରମୁଣ୍ଡାରୁ ଜବତ

By

Published : Sep 18, 2021, 10:06 AM IST

ଭୁବନେଶ୍ବର: ଗଞ୍ଜେଇ ଚାଲାଣକାରୀଙ୍କ ନଜର ଏବେ ନାଇଟକୋଚ ବସ । ଏଣିକି ପୋଲିସ ଓ ଅବକାରୀ ନଜରରୁ ବର୍ତ୍ତିଵାକୁ ନୂଆ ପନ୍ଥା ଆପଣାଇଛନ୍ତି ଗଞ୍ଜେଇ ମାଫିଆ। ରାତିରେ ରାତିରେ ଚାଲୁଛି ଗଞ୍ଜେଇ ସପ୍ଲାଏ। ଆଉ ଡିମାଣ୍ଡ ଦେଖି କଲିକତା ଚାଲାଣ ପାଇ ଏବେ ଗଞ୍ଜେଇ ଚାଲାଣକାରୀ ବ୍ୟବହାର କରୁଛନ୍ତି ନାଇଟକୋଚ ବସକୁ। ଏଥିରେ ଵସ କର୍ମଚାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି ।

ଗଞ୍ଜେଇ ଚାଲାଣକାରୀଙ୍କ ନଜର ନାଇଟ କୋଚ ବସ, କଲିକତା ଚାଲାଣ ବେଳେ ବରମୁଣ୍ଡାରୁ ଜବତ

ତେବେ ୫୦ କେଜିର ଗଞ୍ଜେଇ ସହ ୪ ଜଣ ଅଭିଯୁକ୍ତଙ୍କୁ ବରମୁଣ୍ଡାରୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଚାରି ଅଭିଯୁକ୍ତ ହେଲେ ନାଶିର ଉଦିନ ମଲ୍ଲ, ଜବର ହୁସେନ ବୈଦ, ଶିରାଜୁଲ ହଲଦର, ଆକ୍ରମ ହଲଦର । ଏମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ଏପଟେ ଜବତ ଗଞ୍ଜେଇର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details