ଭୁବନେଶ୍ବର: ଡେଲିଭରି ବଏ ବେଶରେ ଗଞ୍ଜେଇ ମାଫିଆ। ଗଞ୍ଜେଇ ଚାଲାଣ ପାଇଁ ଆପଣାଇଛନ୍ତି ଭିନ୍ନ ତରିକା। ପୋଲିସ ଓ ଏକ୍ସାଇଜ ସ୍କାନରରୁ ଖସିବାକୁ ନୁଆ ଚାଲ। ଏଥର ସ୍ବିଗି ଅର୍ଡର ଡେଲିଭେରି ବଏ ବେଶରେ ହେଉଛି ଗଞ୍ଜେଇ ଚାଲାଣ। ସ୍ବିଗି ଲେଖାଥିବା ଓ ଲୋଗୋ ଥିବା ବ୍ୟାଗରେ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ଅବକାରୀ ଭୁବନେଶ୍ଵର ଜିଲ୍ଲା ମୋବାଇଲ ୟୁନିଟ। ଏନେଇ ଭୁବନେଶ୍ବର ଅବକାରୀ ଷ୍ଟେସନ ୨ ଓ ୩ ସହୟତାରେ ଗଞ୍ଜେଇ ଜବତ କରିଛି।
୧୫ କେଜି ୨୦୦ ଗ୍ରାମର ଗଞ୍ଜେଇ ଜଵତ ସହ ଅଭିଯୁକ୍ତ ପ୍ରେମଚନ୍ଦ୍ର ନାୟକକୁ ଗିରଫ କରିଛି ଅବକାରୀ ଟିମ। ତେବେ ଅଭିଯୁକ୍ତର ଘର ଓଲ୍ଡଟାଉନର କୁଜପାଟଣା ସାହି ବୋଲି ଜଣାପଡିଛି। ଏପଟେ ଧରାପଡିଥିବା ଯୁବକ ସେମାନଙ୍କର ଡେଲିଭେରି ବଏ ନୁହେଁ କି ସ୍ବିଗି ସହ ଜଡିତ ନୁହେଁ ବୋଲି ସ୍ବିଗି ପକ୍ଷରୁ ସୂଚନା ଦିଆଯାଇଛି।