ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ସରିଛି: ସୁର - ପଞ୍ଚାୟତ ନିର୍ବାଚନ ସୁର ରାଉତରାୟ ପ୍ରତିକ୍ରିୟା
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲକୁ ଆଉ କେଇଟା ଦିନ ବାକି । କଂଗ୍ରେସ ପ୍ରାର୍ଥୀ ଚୟନ ସରିଛି, ଖୁବଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି ସୁର ରାଉତରାୟ । ଅଧିକ ପଢନ୍ତୁ
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ସରିଛି: ସୁର ରାଉତରାୟ
ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲକୁ ଆଉ କେଇଟା ଦିନ ବାକି ରହିଛି । ଶାସକ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ କାର୍ଯ୍ୟ ପ୍ରାୟତଃ ସରିଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ ଦଳୀୟ ହାଇକମାଣ୍ଡଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା କରିଛନ୍ତି । ଏପଟେ ଚାଷୀ, ଯୁବକ ମାନଙ୍କ ପ୍ରାର୍ଥୀ ସପକ୍ଷରେ ମତ ଦେଇଛି କଂଗ୍ରେସ ।