ଭୁବନେଶ୍ବର: ଆଜିଠୁ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ ଟୀକାକରଣ ପ୍ରକ୍ରିୟା । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେବ ଟୀକାକରଣ । ପ୍ରତ୍ୟେକ ଦିନ 3 ଲକ୍ଷ ଟୀକାକରଣ କରିବା ପାଇଁ ଟାର୍ଗେଟ ରଖିଛନ୍ତି ସରକାର ।
ଆଜିଠୁ କ୍ୟାମ୍ପେନ ମୋଡରେ ହେବ ଟୀକାକରଣ - ଟୀକାକରଣ
ସଂକ୍ରମଣ ବିରୋରେ ଟୀକାକରଣ । ଆଜିଠାରୁ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ ଟୀକାକରଣ ପ୍ରକ୍ରିୟା । ଅଧିକ ପଢନ୍ତୁ...
ଆଜିଠୁ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ VACCINATION
ରାଜ୍ୟର ସମସ୍ତ ବ୍ଲକ ଓ ମୁନିସପାଲିଟିରେ କ୍ୟାମ୍ପେନ ମୋଡ଼ରେ ହେବ ଟୀକାକରଣ । ଉଭୟ ରାଜ୍ୟ ଆଣିଥିବା ଓ କେନ୍ଦ୍ର ସରକାର ଯୋଗାଇ ଟିକା ଲୋକମାନଙ୍କୁ ଦିଆଯିବ । ପ୍ରତ୍ୟେକ ବ୍ଲକରେ 5ଟି ସେସନ, ଏନଏସସିରେ 5ଟି ଲେଖାଏଁ ସେସନ, ପୌର ପରିଷଦରେ 10ଟି ଓ ମହାନଗର ନିଗମରେ 20ଟି ସେସନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଉଭୟ ଅନଲାଇନ ଓ ଅଫଲାଇନ ଟୀକାକରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯିବ। ସଠିକ ସମୟରେ ଦ୍ବିତୀୟ ଡୋଜ ଉପରେ ଗୁରୁତ୍ବ ଦିଆଯିବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ