ଭୁବନେଶ୍ବର: କଲରାପତରିଆ ବାଘର ମୃତ୍ୟୁ ଖବର ଏବେ ଅଧିକ ଆସୁଛି । ଏଥିପାଇଁ କ୍ୟାମେରା ଟ୍ରାପ ବ୍ୟବସ୍ଥା କରାଯିବ । ବାଘ ଏବଂ ହାତୀଙ୍କ ଭଳି କଲରାପତରିଆକୁ ମଧ୍ୟ ସୁରକ୍ଷା ଦିଆଯିବ। ଏହାକୁ ଅଧିକ ସୁଦୃଢ କରାଯିବା ଆବଶ୍ୟକ । ଯେଉଁଠାରେ ଅଧିକ କଲରାପତାରିଆ ବାଘ ଅଛନ୍ତି ସେଠାରେ ମନିଟରିଂ କରାଯିବ, ଷ୍ଟାଫଙ୍କୁ ଟ୍ରେନିଂ ଦିଆଯିବ ଏବଂ କ୍ୟାମେରା ଟ୍ରାପ କରାଯାଉଛି ବୋଲି କହିଛନ୍ତି ବନ୍ୟଜନ୍ତୁ(Wild Life) ପିସିସିଏଫ ଶଶୀ ପଲ ।
ସେ ଏ ନେଇ କହିଛନ୍ତି ଯେ, " ବାଘ ଏବଂ ହାତୀକୁ ଯେଉଁଭଳି ସୁରକ୍ଷା ଯୋଗାଉଛୁ କଲରାପତରିଆକୁ ସୁରକ୍ଷା ଦେବାର ଆମ ପାଖରେ ସେପରି ସାଧନ ନାହିଁ । ଏହାକୁ ଆମେ ଅଧିକ ସୁଦୃଢ କରିବୁ 10ଟା ଡିଭିଜନ ଚି଼ହ୍ନଟ ହୋଇଛି । ଯେଉଁଠି ଅଧିକ କଲରାପତରିଆ ଅଛନ୍ତି ସେଠାରେ ମନିଟରିଂ କରାଯିବ । ଷ୍ଟାଫଙ୍କୁ ଟ୍ରେନିଂ ଦିଆଯିବ ଏବଂ କ୍ୟାମେରା ଟ୍ରାପ କରାଯାଉଛି । ଅନେକ ମାତ୍ରାରେ ଚମଡା ଗୁଡିକ ଧରାଯାଉଛି, କିନ୍ତୁ ଆମେ ଜାଣି ପାରୁନାହୁଁ ବାଘ ବା କଲରା ପତରିଆଟି କେଉଁ ଅଞ୍ଚଳର ? ରାଜ୍ୟ ଭିତରର ନା ରାଜ୍ୟ ବାହାରୁ ଆସୁଛି ।"