ଓଡିଶା

odisha

ETV Bharat / city

ଆବାସ ଯୋଜନା ପାଇଁ ଖୋଲାଯିବ କଲ୍ ସେଣ୍ଟର - ଖୋଲିବ କଲ୍‌ ସେଣ୍ଟର

ଆବାସ ଯୋଜନାରେ ହିତାଧିକାରୀଙ୍କ ସହ ଫୋନରେ ଯୋଡି ହେବେ ସରକାର । ଆବାସ ଯୋଜନାରେ ହିତାଧିକାରୀଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ପାଇଁ ଖୋଲିବ କଲ୍‌ ସେଣ୍ଟର ।

ଆବାସ ଯୋଜନା ପାଇଁ ଖୋଲାଯିବ କଲ୍ ସେଣ୍ଟର

By

Published : Oct 26, 2019, 6:07 PM IST

Updated : Oct 26, 2019, 10:49 PM IST

ଭୁବନେଶ୍ବର: ଆବାସ ଯୋଜନାରେ ହିତାଧିକାରୀଙ୍କୁ ଦିଆଯିବ ଆହୁରି ସୁବିଧା । ଏଥିପାଇଁ ଖୋଲାଯିବ କଲ ସେଣ୍ଟର । ଗୃହ ନିର୍ମାଣ ଯୋଜନାକୁ ସଫଳ ପାଇଁ ପ୍ରତି ଜିଲ୍ଲାରେ କଲ ସେଣ୍ଟର ଖୋଲିବା ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ପିଡି ଡିଆରଡିଏ ନିର୍ଦ୍ଦେଶକଙ୍କୁ ଚିଠି ଜରିଆରେ ଜଣାଇ ଦିଆଯାଇଛି । ‘5T’ ମାଧ୍ୟମରେ ସରକାର ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଫିଡ଼ବ୍ୟାକ ନେବେ ।

ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସମସ୍ୟା ନେଇ ନିକଟତର ହେବା ପାଇଁ ଏହି କଲ ସେଣ୍ଟର କରାଯାଇଛି । ଏହା ଦ୍ଵାରା ସିଧାସଳଖ ହିତାଧିକାରୀଙ୍କ ସହ ଯୋଗାଯୋଗ କରାଯାଇପାରିବ । ତେବେ ଏହାକୁ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏହା ଦ୍ଵାରା ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ହେଉଥିବା ଦୁର୍ନୀତିକୁ ମୁକ୍ତ କରିବା ସହ ସ୍ବଚ୍ଛତା ପାଇଁ ଅଣାଯାଇପାରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 26, 2019, 10:49 PM IST

ABOUT THE AUTHOR

...view details