ଭୁବନେଶ୍ବର: ପ୍ରକାଶ ପାଇଲା ସିଏଜି ରିପୋର୍ଟ । ଏହାସହ ରାଜ୍ୟ ସରକାରଙ୍କ ଅନେକ ଦୋଷ ଦୁର୍ବଳତାକୁ ପଦାକୁ ଆଣିଛନ୍ତି ସିଏଜି । ଆଳୁ ମିଶନ ଫେଲ ମାରିଥିବା ସହ ଶ୍ରମିକ କଲ୍ୟାଣ ପାଣ୍ଠିର ସ୍ୱଳ୍ପ ବିନିଯୋଗ ହୋଇଥିବା କହିଛନ୍ତି । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ୮୩୬ ବ୍ୟକ୍ତିଗତ ଜମାଖାତା ମଧ୍ୟରୁ ୫୬୯ ଆକାଉଣ୍ଟ ଟ୍ରେଜେରୀ ଆକାଉଣ୍ଟ ସହ ମେଳ କରାଯାଇଥିଲା । ଅର୍ଥ ବିଭାଗ ଅନାବଶ୍ୟକ ହୋଇପଡିଥିବା ଜମାରାଶି ଗୁଡିକର ସମୀକ୍ଷା କରି ତୁରନ୍ତ ସରକାରଙ୍କ ପାଣ୍ଠିକୁ ପ୍ରେରଣ କରିବା ଦରକାର ।
ଯେଉଁ ବିଭାଗୀୟ ଅଧିକାରୀ ମାନେ ଏହାକୁ ଖିଲାପ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଏଜି ପରାମର୍ଶ ଦେଇଛନ୍ତି । ଏହା ସହ ରାଜ୍ୟ ଧୀରେ ଧୀରେ ଋଣରେ ବୁଡୁଛି। ଗତ 2017- 18 ମସିହାରେ 1ଲକ୍ଷ୍ୟ 20 ହଜାର କୋଟି ଟଙ୍କାର ବଜେଟ ହୋଇଥିଲା। ମାତ୍ର ସେହି ବର୍ଷ 98 ହଜାର କୋଟି ଟଙ୍କ ଖର୍ଚ୍ଚ ହୋଇଥିବା ସିଏଜି କହିଛନ୍ତି ।