ଓଡିଶା

odisha

ETV Bharat / city

CAG Report: ରାଜ୍ୟର ଅଧିକାଂଶ ଜଳସେଚନ ପ୍ରକଳ୍ପ ଅଧାପନ୍ତରିଆ, ବିନିଯୋଗ ନହୋଇ ଫେରିଯାଇଛି ଟଙ୍କା - ରାଜ୍ୟର ଅଧିକାଂଶ ଜଳସେଚନ ପ୍ରକଳ୍ପ ଅଧାପନ୍ତରିଆ

ପ୍ରଧାନ ମହାଲେଖାକାର ବିଭୂଦତ ବସନ୍ତିଆ କହିଛନ୍ତି ୨୦୨୦-୨୦୨୧ରେ ସରକାରଙ୍କ ରାଜସ୍ବପ୍ରାପ୍ତି ସମୁଦାୟ ଘରୋଇ ଉତ୍ପାଦର ୨୦. ୪୯ ପ୍ରତିଶତ । ରାଜ୍ୟର ରାଜସ୍ବ ବ୍ୟୟ ଜିଏସଡିପିର ୧୮ ପ୍ରତିଶତ ରହିଥିଲା । ଯାହାକି ୨୦୧୯ -୨୦ ତୁଳନାରେ ୩.୮୬ ପ୍ରତିଶତ ହ୍ରାସ ପାଇଛି । ଏହି ସମୟରେ ନିଜସ୍ବ ଟିକସ ରହିଥିଲା ୩୪ ହଜାର ୨୫୮ କୋଟି ଟଙ୍କା । ଯାହାକି ପୂର୍ବବର୍ଷ ତୁଳନାରେ ୬.୦୧ ପ୍ରତିଶତ ବୃଦ୍ଧି ପାଇଥିଲା । ଅଧିକ ପଢନ୍ତୁ

ରାଜ୍ୟର ଅଧିକାଂଶ ଜଳସେଚନ ପ୍ରକଳ୍ପ ଅଧାପନ୍ତରିଆ, ବିନିଯୋଗ ନହୋଇ ଫେରିଯାଇଛି ଟଙ୍କା
ରାଜ୍ୟର ଅଧିକାଂଶ ଜଳସେଚନ ପ୍ରକଳ୍ପ ଅଧାପନ୍ତରିଆ, ବିନିଯୋଗ ନହୋଇ ଫେରିଯାଇଛି ଟଙ୍କା

By

Published : Mar 31, 2022, 10:46 PM IST

ଭୁବନେଶ୍ବର: ଭାରତର ମହଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଛି । ମହାଲେଖାକାର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଓ ପ୍ରଧାନ ମହାଲେଖାକାର ବିଭୂଦତ ବସନ୍ତିଆ ରାଜ୍ୟବାସୀଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିଛନ୍ତି । ମାର୍ଚ୍ଚ ୨୦୨୧ ସମାପ୍ତ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଆର୍ଥିକ ସ୍ଥିତି ଓ ଭୂପୃଷ୍ଠ ଜଳସେଚନ ସମ୍ପାଦନ ସମୀକ୍ଷାର ସିଏଜି ରିପୋର୍ଟର ତଥ୍ୟ ଉପସ୍ଥାପନ କରିଛନ୍ତି ।

ରାଜ୍ୟର ଅଧିକାଂଶ ଜଳସେଚନ ପ୍ରକଳ୍ପ ଅଧାପନ୍ତରିଆ

ପ୍ରଧାନ ମହାଲେଖାକାର ବିଭୂଦତ ବସନ୍ତିଆ କହିଛନ୍ତି ୨୦୨୦-୨୦୨୧ରେ ସରକାରଙ୍କ ରାଜସ୍ବପ୍ରାପ୍ତି ସମୁଦାୟ ଘରୋଇ ଉତ୍ପାଦର ୨୦. ୪୯ ପ୍ରତିଶତ । ରାଜ୍ୟର ରାଜସ୍ବ ବ୍ୟୟ ଜିଏସଡିପିର ୧୮ ପ୍ରତିଶତ ରହିଥିଲା । ଯାହାକି ୨୦୧୯ -୨୦ ତୁଳନାରେ ୩.୮୬ ପ୍ରତିଶତ ହ୍ରାସ ପାଇଛି । ଏହି ସମୟରେ ନିଜସ୍ବ ଟିକସ ରହିଥିଲା ୩୪ ହଜାର ୨୫୮ କୋଟି ଟଙ୍କା । ଯାହାକି ପୂର୍ବବର୍ଷ ତୁଳନାରେ ୬.୦୧ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ଅଣଟିକସ ରାଜସ୍ବ ପୂର୍ବବର୍ଷ ତୁଳନାରେ ୩୩.୨୬ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୧ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ୩୨ ହଜାର ୬୩୬ କୋଟି ଟଙ୍କା ନଗଦ ଅର୍ଥରାଶି ଜମାଥିଲା । ବିତିୟ ନିଅଣ୍ଟ ରାଜ୍ୟ ହୋଇ ମଧ୍ୟ ନିୟମିତ ଭାବେ ରାଜ୍ୟ ସରକାର ବହୁଳ ପରିମାଣରେ ନଗଦ ଅର୍ଥ ରଖି ଆସୁଛନ୍ତି ।

୧୧ ଟି ଅନୁଦାନରେ ଶତ ପ୍ରତିଶତ ସମର୍ପଣ କରାଯାଇଥିଲା । ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୮୧୧ ଟି ଟିଡିପି ଖାତାରେ ୭ ହଜାର ୪୭ କୋଟି ଟଙ୍କା ବ୍ୟୟ ନହୋଇ ଅବଶେଷ ରହିଥିଲା । ପୂର୍ବ ବର୍ଷ ତୁଳନାରେ ପିଡି ଆକାଉଣ୍ଟ ଗୁଡିକର ଅନାବଶ୍ୟକ ବାଲାନ୍ସରେ ୬୬.୨୮ ପ୍ରତିଶତ ହ୍ରାସ ଘଟିଛି । ମୁଖ୍ୟତଃ ଓଡିଶା ମିନେରାଲ ବିଅରିଙ୍ଗ ଡେଭଲପମେଣ୍ଟ କର୍ପୋରେସନ ( ଓଏମବିଏଡିସି ) ପୃଥକ ବିନିଯୋଗ ଆକାଉଣ୍ଟ ଖୋଲିବା ଏବଂ ୧୬ ହଜାର ୭୫୮ କୋଟି ଟଙ୍କା ବିନିଯୋଗ କରିବା ଏବଂ ଓଏମ୍‌ବିଏଡିସିର ପିଡି ଆକାଉଣ୍ଟରେ ୪୧୪.୮୫ କୋଟି ଟଙ୍କା ଛାଡିବା ରହିଛି । ଓଡିଶାରେ ପ୍ରାୟ ୬୧.୮୦ ଲକ୍ଷ ହେକ୍ଟର ଚାଷ ଜମି ଅଛି । ତନ୍ମଧ୍ୟରୁ ୪୯.୯୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ । ଭୂ-ପୃଷ୍ଠ ଜଳସେଚନ ପାଇଁ ଉପଲବ୍ଧ ଜଳର ପରିମାଣ ବାର୍ଷିକ ୯୫.୫୪ ଶହ କୋଟି ଆକଳନ ।

ମେଗା ଜଳସେଚନ ପ୍ରକଳ୍ପର ବିଳମ୍ବତାକୁ ନେଇ CAG ପ୍ରଶ୍ନ ଉଠାଇଛନ୍ତି । ପ୍ରକଳ୍ପ କର୍ତ୍ତୃପକ୍ଷଙ୍କର ଖର୍ଚ୍ଚ କରିବାର କ୍ଷମତା ୭୪ ପ୍ରତିଶତରୁ ୯୯ ପ୍ରତିଶତ ଥିଲା । ତଥାପି ତୁରନ୍ତ ଉପଯୋଗ ନ ହୋଇ ୨୦୧୪-୨୦୨୦ ମଧ୍ୟରେ ୮୪୨.୯୮ କୋଟି ଟଙ୍କା ସମର୍ପଣ ହୋଇଥିଲା । କାର୍ଯ୍ୟନିର୍ବାହ କରିବା ପାଇଁ ବିଭାଗ ଦ୍ବାରା ସୁସ୍ପଷ୍ଟ ଜାଗା ହସ୍ତାନ୍ତରରେ ବିଳମ୍ବ ଅନିବାର୍ଯ୍ୟ ମଞ୍ଜୁରୀ ପ୍ରାପ୍ତି ପ୍ରଭୃତିରେ ବିଳମ୍ବ ଏବଂ ପର୍ଯ୍ୟାଲୋଚନା କ୍ଷେତ୍ରରେ ଅବହେଳା ଆଦି କାରଣ ପାଇଁ ମୁଖ୍ୟତଃ ପାଣ୍ଠି ସମର୍ପଣ ହୋଇଥିଲା । ବୃହତ ଜଳସେଚନ ପ୍ରକଳ୍ପଗୁଡିକର ମୂଲ୍ୟ ୧୮୨ ରୁ ୪୫୯୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା । ଏହି ବୃଦ୍ଧି ସତ୍ତ୍ଵେ ମାତ୍ର ଗୋଟିଏ ବୃହତ କଳସେଚନ ପ୍ରକଳ୍ପ ଅର୍ଥାତ୍ ୟୁଆଇଆଇପି ( ସଂପ୍ରସାରଣ ) ସମ୍ପୂର୍ଣ୍ଣ ହୋଇଥିଲା । ଏବଂ ଅନ୍ୟ ଚାରୋଟି ବୃହତ ଜଳସେଚନ ପ୍ରକଳ୍ପ ଗୁଡିକର ପ୍ରଗତି ବିଭିନ୍ନ ସ୍ତରରେ ଥିଲା ଯଦ୍ବାରା ପୁନର୍ବାର ମୂଲ୍ୟବୃଦ୍ଧିକୁ ଅଗ୍ରାହ୍ୟ କରିହେବ ନାହିଁ ।

ଆର୍ଥିକ ପରିଚାଳନାରେ ଅନ୍ୟାନ୍ୟ ଅନିୟମିତତା ଯଥା କେନ୍ଦ୍ରୀୟ ସହାୟତା ପ୍ରାପ୍ତି ନ ହେବା ଯେଉଁଥିପାଇଁ ପାଣ୍ଠି ଉଠାଣ ହୋଇଥିଲା ସେଥିରେ ବ୍ୟବହାର ନ କରି ବିଭିନ୍ନ ବ୍ୟାଙ୍କରେ ରଖାଯିବା, ସରକାରଙ୍କ ରାଜସ୍ୱ ଜମା ନ ହେବା ଏବଂ ଅନାଦେୟ ରହିବା ବାବଦରେ ୨୨୦୩.୮୪ କୋଟି ଟଙ୍କା ରହିଛି । ସମସ୍ତ ପ୍ରକଳ୍ପ ଗୁଡିକରେ ୧୨୭୪୨.୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରସ୍ତାବିତ ୫୦୨୮୪୨ ହେକ୍ଟର ଆଇ.ପିରୁ ୧୨୨୪୧୮ ହେକ୍ଟର ହାସଲ ହୋଇଛି । ଯାହାକି ମାତ୍ର 24 ପ୍ରତିଶତ ଥିଲା । ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ଵୟନ ବହୁତ ମନୁର ଏବଂ ପ୍ରକଳ୍ପ ଗୁଡିକର ସମାପ୍ତି ରେ 13 ବର୍ଷରୁ 43 ବର୍ଷ ବିଳମ୍ବ ହୋଇଛି । ଜମି ଅଧଗ୍ରହଣର ସମସ୍ୟା ପାଇଁ ପ୍ରକଳ୍ପ ବିଳମ୍ବ ହୋଇଛି । ଅନିୟମିତତା ଯୋଗୁଁ ୫୫୪.୮୭ ଅତିରିକ୍ତ ଖର୍ଚ୍ଚ ହୋଇଛି ।

ଉଠା ଜଳସେଚନ ବିଭାଜନ, ଢେଙ୍କାନାଳଙ୍କୁ ୧୯ଟି ଉଠା ଜଳସେଚନ ପ୍ରକଳ୍ପର ନିର୍ମାଣ ଲାଗି ( ୨୦୦୪ ରୁ ୨୦୧୨ ମଧ୍ୟରେ ) ୨୬.୩୫ କୋଟି ଟଙ୍କା ଦିଆଯାଇଥିଲା । କେବଳ ୧୫.୬୭ କୋଟି ଟଙ୍କା ବ୍ୟୟରେ ୧୭ ଟି ପ୍ରକଳ୍ପ ନିର୍ମାଣ ହୋଇଥିଲା । ବାକି ଦୁଇଟି ପ୍ରକଳ୍ପର କାମ ସେପ୍ଟେମ୍ବର ୨୦୧୯ ସୁଦ୍ଧା ଅସଂମ୍ପୁର୍ଣ୍ଣ ଥିଲା । ୧୭ ଟି ସମ୍ପୁର୍ଣ ପ୍ରକଳ୍ପ ମଧ୍ୟରୁ ୫ ଟି ପ୍ରକଳ୍ପ କାର୍ଯ୍ୟ କରୁଥିଲା ଏବଂ ବଳକା ୧୨ ଟି ପ୍ରକଳ୍ପ ବାରମ୍ବାର ଯନ୍ତ୍ରପାତି ଚୋରି ଯୋଗୁଁ କାମ କରୁନଥିଲା । ଉଠା ଜଳସେଚନର ନିର୍ବାହ ଏବଂ ରକ୍ଷଣାବେକ୍ଷଣର ପର୍ଯ୍ୟବେକ୍ଷଣରେ କମି ଯୋଗୁଁ ୨୨୦୦ ହେକ୍ଟର ଜମି ଜଳସେଚନରୁ ବଞ୍ଚିତ ହୋଇଛି ।

ସୂବର୍ଣରେଖା ମୂଖ୍ୟ କେନାଲରେ ଗୋଟିଏ ଆକ୍ରାଡକ୍ଟର ନିର୍ମାଣ କାମ ନିମ୍ନମାନର ହେବା ଏବଂ ଏହାର କୌଣସି ପ୍ରତିକାର ବ୍ୟବସ୍ଥାନ କରିବାରୁ ଏହା ନିଜର କ୍ଷମତା ଅନୁଯାୟୀ କାର୍ଯ୍ୟ କରିପାରି ନଥିଲା । ମେଗା ଲିଫ୍ଟ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରୀତାର ଯଥେଷ୍ଟ ପର୍ଯ୍ୟବେକ୍ଷଣନ ହେବା ଯୋଗୁଁ ପାଇପ ଲାଇନର ଶେଷଭାଗକୁ ପାଣି ପହଞ୍ଚୁ ନଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details