ଭୁବନେଶ୍ବର:ଦିନମାନ ଗୃହ ମୁଲତବୀ ରହିବା ପର ଅପରାହ୍ଣ ୪ଟାରେ ପୁନଃ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟକୁ ଆରମ୍ଭ କରିଛନ୍ତି ବାଚସ୍ପତି । ଏହାରି ମଧ୍ୟରେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଉଚ୍ଚଶିକ୍ଷା ଫଳାଫଳ ଆର୍ଥିକ କ୍ଷେତ୍ର ଉପରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି ।
ଆଜି (ଗୁରୁବାର) ରାଜ୍ୟବାସୀ ଆଶା କରିଥିଲେ ଶେଷ ଦିନରେ ସୁରୁଖୁରୁରେ ଚାଲିବ ଗୃହ । ସରକାର ବିରୋଧୀ ସମ୍ବେଦନଶୀଳ ହୋଇ କରିବେ କାମ । କିନ୍ତୁ ଆଜି ମଧ୍ୟ ଧୋଇ ହୋଇ ଯାଇଥିଲା ପ୍ରଶ୍ନକାଳ । ବିରୋଧୀ ସରକାରୀ ଦଳର ରାଜନୈତିକ ଲଢେଇ ଆଗରେ ବଳି ପଡିଲା ପ୍ରଶ୍ନକାଳ । ଆଉ ଏପଟେ ଗୃହ ଚଳାଇବାକୁ ଉଦ୍ୟମ ନକରି ସିଧା ମୁଲତବୀ କରିଦେଲେ ବାଚସ୍ପତି । ପ୍ରଥମେ ପୂର୍ବାହ୍ନ ୧୧.୩୦ ଓ ପରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବିଧାନସଭା ବାଚସ୍ପତି ।