ଓଡିଶା

odisha

ETV Bharat / city

CAG Report: ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟ ଉପସ୍ଥାପିତ - CAG Report201920

ଜଙ୍ଗଲ ଓ ପରିବେଶ ବିଭାଗର ସାଂଘାତିକ ଅର୍ଥ ଅପଚୟ କରିଛନ୍ତି ସରକାର । ଠିକାଦାର ପ୍ରୀତିକୁ ଧରିଲା ସିଏଜି। ରିପୋର୍ଟ ଅନୁସାରେ ୪୮୫ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରୁ ୧୯୧ଟି ସଫଳ ହୋଇନାହିଁ। ୧୩.୧୭କୋଟି ନିଷ୍ଫଳ ହୋଇଛି। ସହରାଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ତାରତମ୍ୟ ନଥିବାରୁ ୩୯.୮୦କୋଟି ଅତିରିକ୍ତ ବ୍ୟୟ ହୋଇଛି। ଅଧିକ ପଢନ୍ତୁ

CAG Report
CAG Report

By

Published : Aug 1, 2022, 10:46 PM IST

ଭୁବନେଶ୍ବର: ଉପସ୍ଥାପନ ହେଲା 2019- ୨୦୨୦ ଆର୍ଥିକ ବର୍ଷର ସିଏଜି ରିପୋର୍ଟ । ରିପୋର୍ଟ ଅନୁସାରେ ସରକାରଙ୍କ ୭ ଟି କମ୍ପାନୀ କ୍ଷତିରେ ଚାଲୁଛି । ୧୯-୨୦ ରେ ୩୦୦ କୋଟି ଟଙ୍କାର କ୍ଷତି କରିଛନ୍ତି ଏହି ୭ କମ୍ପାନୀ । ରିପୋର୍ଟ ଅନୁଯାୟୀ ୨୦୧୯-୨୦ ରେ ୨୪ ଟି ସରକାରୀ କମ୍ପାନୀ ଓ ନିଗମ ଲାଭ ହେଉଛି ୧୬୮୬.୦୮ କୋଟି ଟଙ୍କା । ପୂର୍ବ ବର୍ଷ ୧୮-୧୯ ରେ ୨୨ ଟି ସରକାରୀ କମ୍ପାନୀ ଓ ନିଗମ ରେ ୧୧୭୪.୩୦ କୋଟି ଟଙ୍କା ଥିଲା । ୧୮-୧୯ ତୁଳନାରେ ୧୯-୨୦ ରେ ୧୨.୫୧ ପ୍ରତିଶତ ଅଧିକ ହୋଇଛି ।

CAG Report: ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟ ଉପସ୍ଥାପିତ

ସେହିପରି ୨୦୧୯-୨୦ ରେ ୭ ଟି ସରକାରୀ କମ୍ପାନୀ ଓ ନିଗମ ମାନଙ୍କର କ୍ଷତି ହେଉଛି ୩୦୪.୫୨ କୋଟି ଟଙ୍କା । ୨୩ ଟି ସରକାରଙ୍କ ନିୟନ୍ତ୍ରିତ କମ୍ପାନୀ ମାନଙ୍କ ମଧ୍ୟରୁ ୮ ଟି କମ୍ପାନୀ ୪.୬୫ କୋଟି ଟଙ୍କା ଲାଭ କରିଥିଲେ ଓ ୩ ଟି କମ୍ପାନୀ ୨୪.୪୧ କୋଟି ଟଙ୍କାର କ୍ଷତି ସହିଥିଲେ । ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ୩୩ ଟି ସରକାରୀ କମ୍ପାନୀ ଏବଂ ନିଗମ ମାନଙ୍କ ମଧ୍ୟରୁ ୧୨ ଟି କମ୍ପାନୀ ୫୭୮୭.୩୪ କୋଟି ଟଙ୍କାର କ୍ଷତି ସହିଥିଲେ । ୬୩ ଟି ସରକାରୀ କମ୍ପାନୀ ଓ ୩ ଟି ନିଗମ ଏବଂ ୧୬ ଟି ସରକାରୀ ନିୟନ୍ତ୍ରିତ ଅନ୍ୟ କମ୍ପାନୀ ସିଏଜି ସମୀକ୍ଷା କରିଥିଲେ । ଓଏମସି ବକ୍ସାଇଟ ଉତ୍ପାଦନର ଖର୍ଚ୍ଚ ଆକଳନ କମ କରିଥିବା ରୁ ୬୧.୦୭ କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି ସରକାର । ଓଡିଶା ନିର୍ମାଣ ନିଗମର ଚଞ୍ଚକତାକୁ ଧରିଛନ୍ତି ସିଏଜି । ସିମେଣ୍ଟର କାଳ୍ପନିକ ଯୋଗାଣ ବାବଦରେ ୨.୪୫ କୋଟି ଟଙ୍କା ପରିଶୋଧ କରି ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ।

ତେବେ ଜଙ୍ଗଲ ଓ ପରିବେଶ ବିଭାଗର ସାଂଘାତିକ ଅର୍ଥ ଅପଚୟ କରିଛନ୍ତି ସରକାର । ଠିକାଦାର ପ୍ରୀତିକୁ ଧରିଲା ସିଏଜି। ରିପୋର୍ଟ ଅନୁସାରେ ୪୮୫ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରୁ ୧୯୧ଟି ସଫଳ ହୋଇନାହିଁ। ୧୩.୧୭କୋଟି ନିଷ୍ଫଳ ହୋଇଛି। ସହରାଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ତାରତମ୍ଯ ନଥିବାରୁ ୩୯.୮୦କୋଟି ଅତିରିକ୍ତ ବ୍ୟୟ ହୋଇଛି। ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବାଡ ନିର୍ମାଣରେ ପାଣ୍ଠିର ଅନିୟମିତା ଆବଣ୍ଟନରେ ୪୦.୮୨ ଅଧିକ ବ୍ୟୟ ହୋଇଛି। ଉଚ୍ଚ ନ୍ୟାୟଳୟର ଆଦେଶ ଅବମାନନା କରି ଦୁଇ ଜଣ ନିର୍ବାହୀ ଯନ୍ତ୍ରୀ ଠିକାଦରାଙ୍କୁ ଦେଇଛନ୍ତି ୯୦ କୋଟି ୧୨ ଲକ୍ଷ। ଚାରି ବର୍ଷରେ ବୃକ୍ଷରୋପଣ ବଢିଛି ୩୯%। ସରକାରୀ ଉଦ୍ୟୋଗ 2019- ୨୦ ରେ ୨୪ ଟି ସରକାରୀ ନିଗମର ଲାଭ ୧୬୮୬ କୋଟି କୁ ବୃଦ୍ଧି ପାଇଛି। ଗତ ବର୍ଷରେ ଯାହା ୧୧୭୪ କୋଟି ଥିଲା । ୭ଟି ସରକାରୀ ନିଗମର କ୍ଷତି ୩୦୪.୫୨। ୩୧ମାର୍ଚ୍ଚ ୨୦୨୦ ସୁଦ୍ଧା ୩୩ଟି ସରକାରୀ ନିଗମ ମଧ୍ୟରୁ ୧୧ ଟି କମ୍ପାନୀ ମିଳିତ ଭାବେ ୫୭ ହଜାର ୭୮୩୪ କ୍ଷତି ସହିଛନ୍ତି।

ଓଡିଶା ଖଣି ନିଗମ

ବକସାଇଟ ଉତ୍ପାଦନର ଖର୍ଚ୍ଚ ଆକଳନ କମ ହୋଇଥିବାରୁ କମ୍ପାନୀ ୬୧.୦୭ କୋଟି ରାଜସ୍ବ ହରାଇଛି। ଓଡିଶା ନିର୍ମାଣ ନିଗମ ଆୟକର ବ୍ୟୟର ହିସାବର ତ୍ରୁଟି ଯୋଗୁଁ ୩.୫୭ କୋଟି ଟଙ୍କା ସୁଦ୍ଧ ଭାବେ ତଣ୍ଡ ଗଣିଛି। ଠିକାଦାର ମାନଙ୍କୁ ସିମେଣ୍ଟର କାଳ୍ପନିକ ଯୋଜନା ପାଇଁ ୨.୪୫ କୋଟି ଟଙ୍କାର ଅନୁକମ୍ପା ଦେବାକୁ ପଡିଛି । ଏହାବାଦ ଗ୍ରାଚ୍ୟୁଇଟି ଅଧିନିୟମ ଉଲ୍ଲଘଂନ କରି ଓଡିଶା ଖଣି ନିଗମ ଲିମିଟେଡକୁ ଦରମା ବାବଦରେ ଅତିରିକ୍ତ ୫ କୋଟି ୩୧ ଳକ୍ଷ ପ୍ରଦାନ କରିବାକୁ ପଡିଥିଲା।

ଅନ୍ୟପଟେ ଜଙ୍ଗଲ ଓ ପରିବେଶ ବିଭାଗ ଅଡିଟ୍ ବେଳେ ପ୍ରଥମ ଥର ପାଇଁ ବ୍ୟବହାର ହୋଇଥିଲା ଡ୍ରୋନ । ବିଶେଷ କରି ବନୀକରଣ କାର୍ଯ୍ୟକ୍ରମରେ ବୃକ୍ଷରୋପଣ ସଂପର୍କୀତ ତଥ୍ୟ ପାଇଁ ବ୍ୟବହାର ହୋଇଥିଲା। ଏହା ଦ୍ଵାରା ଅଧିକ ଫାଇଦା ହୋଇଥିବା କହିଛନ୍ତି ସିଏଜି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details