ଓଡିଶା

odisha

ETV Bharat / city

କାଲି ନୂଆ ମନ୍ତ୍ରୀମଣ୍ଡଳ ନେବେ ଶପଥ, ରାଜ ଭବନରେ କାର୍ଯ୍ୟକ୍ରମ

ଆସନ୍ତାକାଲି ପୂର୍ବାହ୍ନ 11.45 ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ । ରାଜ ଭବନରେ ଶପଥ ଗ୍ରହଣ କରିବେ ନୂଆମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଓ ତାଲିକା ଶେଷ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

କାର୍ଯ୍ୟକ୍ରମ
କାର୍ଯ୍ୟକ୍ରମ

By

Published : Jun 4, 2022, 4:02 PM IST

Updated : Jun 4, 2022, 4:16 PM IST

ଭୁବନେଶ୍ବର: ଆସନ୍ତାକାଲି ପୂର୍ବାହ୍ନ 11.45 ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ । ରାଜଭବନରେଶପଥ ଗ୍ରହଣ କରିବେ ନୂଆମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଓ ତାଲିକା ଶେଷ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କେଉଁ ନୂଆ ମୁହଁ ସ୍ଥାନ ପାଇବେ ଏବଂ କାହାକୁ କେଉଁ ପୋର୍ଟଫୋଲିଓ ମିଳିବ ସେ ନେଇ କୌଣସି ସ୍ପଷ୍ଟତା ନାହିଁ ।

ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା ...

ନବୀନଙ୍କ ନୂଆ ଟିମରେ କେନ୍ଦ୍ରାପଡା ଜିଲ୍ଲାରୁ ଅତନୁ ସବ୍ୟସାଚୀ ନାୟକ, ବାଲେଶ୍ବର ଜିଲ୍ଲାରୁ ଅଶ୍ବିନୀ ପାତ୍ର, ଗଞ୍ଜାମ ଜିଲ୍ଲାରୁ ସୂର୍ଯ୍ୟ ନାରାଣୟ ପାତ୍ର, ଲତିକା ପ୍ରଧାନ, ନବରଙ୍ଗପୁର ଜିଲ୍ଲାରୁ ମନୋହର ରନ୍ଧାରୀ, କଟକ ଜିଲ୍ଲାରୁ ଚନ୍ଦ୍ର ସାରଥୀ ବେହେରା, ଦେବୀ ମିଶ୍ର, ଢେଙ୍କାନାଳ ଜିଲ୍ଲାରୁ ସୁଧୀର ସାମଲ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, କେନ୍ଦୁଝର ଜିଲ୍ଲାରୁ ବଦ୍ରିନାଥ ପାତ୍ର, ଭାଗିରଥୀ ସେଠୀ ଦୌଡରେ ଅଛନ୍ତି ।

ସମ୍ବଲପୁର ଜିଲ୍ଲାରୁ ରୋହିତ ପୂଜାରୀ, ଝାରସୁଗୁଡା ଜିଲ୍ଲାରୁ ନବ ଦାସ, ବରଗଡ ଜିଲ୍ଲାରୁ ସୁଶାନ୍ତ ସିଂ, କଳାହାଣ୍ଡି ଜିଲ୍ଲାରୁ ଭୂପିନ୍ଦର ସିଂ, ମୟୁରଭଞ୍ଜ ଜିଲ୍ଲାରୁ ବାସନ୍ତୀ ହେମ୍ବ୍ରମ, ପୁରୀ ଜିଲ୍ଲାରୁ ରୁଦ୍ର ପ୍ରତାପ ମହାରଥୀ, ଯାଜପୁର ଜିଲ୍ଲାରୁ ଅଶୋକ ବଳ କିମ୍ବା ପ୍ରୀତି ରଞ୍ଜନ ଘଡେଇଙ୍କ ମଧ୍ୟରୁ ଜଣେ, କନ୍ଧମାଳ ଓ ଖୋର୍ଦ୍ଧାରୁ ମଧ୍ୟ ଜଣେ ଜଣେ ବିଧାୟକଙ୍କୁ ନବୀନଙ୍କ ଟିମରେ ସ୍ଥାନ ପାଇପାରନ୍ତି । ତେବେ ଏହି ତାଲିକା ଏକ ଆକଳନ ମାତ୍ର । ଦକ୍ଷତା, ଅନୁଭବ ଆନୁଗତ୍ୟ ଓ ଭାବମୂର୍ତ୍ତୀ ଆଧାରରେ ନବୀନ ନୂଆ ଟିମ ଗଠନ କରିବାକୁ ଯାଉଛନ୍ତି ।

ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ପାଠ ପାଇଁ ରାଜଭବନରେ ଜୋରଦାର ପ୍ରସ୍ତୁତି ଜାରି ରହିଛି । ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତି ଶେଷ ହେବାକୁ ଥିବା ବେଳେ, ଆଜି ସଂଧ୍ୟାରୁ ନୂଆ ମନ୍ତ୍ରୀମାନଙ୍କୁ ଫୋନ କରି ଜଣାଇ ଦିଆଯିବ । ଏହାବାଦ ନୂଆ ବାଚସ୍ପତି, ଉପ-ବାଚସ୍ପତି ମୁଖ୍ୟ ସଚେତକ, ମଧ୍ୟ ପରିବର୍ତ୍ତନ ହେବ । ଏହା ପରେ ପରେ ଜିଲ୍ଲାପାଳ ଓ ପ୍ରଶାସକ, ବିଭିନ୍ନ ନିଗମର ମଧ୍ୟ ବଡ ଧରଣର ପରିବର୍ତ୍ତନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 4, 2022, 4:16 PM IST

ABOUT THE AUTHOR

...view details