ଭୁବନେଶ୍ବର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠରେ ବହୁ ଗୁରତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ୧୬ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିଛି ।
ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ OFS କ୍ୟାଡର ପୁନର୍ଗଠନକୁ ମଞ୍ଜୁରୀ ଦେଇଛି । ୯୧୨ କ୍ୟାଡର ବଦଳରେ ଏବେ ରହିବେ ୧୦୧୬ କୁ ବୃଦ୍ଧି କରାଯାଇଛି । ସେହିପରି ସମ୍ବଲପୁରରେ IIMର ସ୍ଥାୟୀ କ୍ୟାମ୍ପସ ପାଇଁ ୧୮.୨୩ ଏକର ଜମି ଯୋଗାଇବେ ସରକାର । IIM ପାଇଁ ୪.୨୧ କୋଟି ଟଙ୍କାର ପ୍ରିମିଅମ ଛାଡ଼ କରିବା ପାଇଁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ନିଆଯାଇଛି ।