ଓଡିଶା

odisha

ETV Bharat / city

କ୍ୟାବିନେଟରେ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ପାରିତ, ଜାଣନ୍ତୁ କଣ ଏହି ଆଇନ... - special law for lingaraj mandir

ଏକାମ୍ର ଯୋଜନା ପରେ ଲିଙ୍ଗରାଜ ମନ୍ଦିର ପାଇଁ ଆଜି(ସୋମବାର) କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ଆଇନ ପାରିତ ହୋଇଛି। ଏଥିପାଇଁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ମଧ୍ୟରେ ଉତ୍ସାହର ମାହୋଲ ରହିଛି। ଜାଣନ୍ତୁ କଣ ଏହି ନିୟମ। ଅଧିକ ପଢନ୍ତୁ...

The Lingaraj Temple has a special law in the cabinet
କ୍ୟାବିନେଟରେ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ, ଜାଣନ୍ତୁ କଣ ଏହି ଆଇନ

By

Published : Dec 15, 2020, 6:41 AM IST

ଭୁବନେଶ୍ବର: ଏକାମ୍ର ଯୋଜନା ପରେ ଲିଙ୍ଗରାଜ ମନ୍ଦିର ପାଇଁ ଆଜି(ସୋମବାର) କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ଆଇନ ପାରିତ ହୋଇଛି। ଏଥିପାଇଁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ମଧ୍ୟରେ ଉତ୍ସାହର ମାହୋଲ ରହିଛି। ଏହାକୁ ନେଇ ଲିଙ୍ଗରାଜ ମନ୍ଦିର ପରିସରରେ ଏକ ଦୀପଦାନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ବହୁ ମନ୍ତ୍ରୀ ବିଧାୟକ ଯୋଗ ଦେଇ ଲିଙ୍ଗରାଜଙ୍କ ନିକଟରେ ଦୀପ ଉତ୍ସର୍ଗ କରିଥିଲେ। ତେବେ ଲିଙ୍ଗରାଜଙ୍କ ପାଇଁ ପ୍ରଣୟନ ହୋଇଥିବା ଏହି ନୂତନ ଆଇନ କ'ଣ? ଆସନ୍ତୁ ଜାଣିବା।

  • ଲିଙ୍ଗରାଜ ମନ୍ଦିର ପାଇଁ ଏକ 15 ଜଣିଆ ପରିଚାଳନା କମିଟି ଗଠତ ହେବ।
  • ଏହି କମିଟି ଲିଙ୍ଗରାଜ ମନ୍ଦିରର ସମ୍ପତ୍ତି ଏହାସହ ମନ୍ଦିର ପରିସରରେ ଥିବା ମଠର ରକ୍ଷଣବେକ୍ଷଣ ଦାୟିତ୍ବ ନେବ।
  • ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଏହି କମିଟିକୁ କେତେକ ସ୍ବତନ୍ତ୍ର କ୍ଷମତା ଦିଆଯିବ।
  • ପରିଚାଳନା କମିଟି ପାଖରେ ରହିଥିବା ସ୍ବତନ୍ତ୍ର କ୍ଷମତା ମଧ୍ୟରେ ମନ୍ଦିର ନୀତକାନ୍ତି ଓ ପୂଜା ମଧ୍ୟ ଅନ୍ତର୍ଭୁକ୍ତ ରହିବ।
  • ମନ୍ଦିରର ଦୈନନ୍ଦିନ କାର୍ଯ୍ୟ ତଦାରଖ କରିବାକୁ ଜଣେ ଅଧିକାରୀ ନିଯୁକ୍ତ ହେବେ।
  • ମନ୍ଦିରର ସମସ୍ତ ସ୍ଥାବର ସମ୍ପତ୍ତି ସହ ଦେବୋତ୍ତର ବିଭାଗକୁ ମଧ୍ୟ ପରିଚାଳନା କମିଟି ତଦାରଖ କରିବ।
  • ମନ୍ଦିର ପାଇଁ ବାର୍ଷିକ ଖର୍ଚ୍ଚ ଏହି ପରିଚାଳନା କମିଟି ନିଷ୍ପତ୍ତି ନେବା ସହ ଏହାର ଅଡିଟ କାର୍ଯ୍ୟ ସ୍ବତନ୍ତ୍ର ନିୟମ ରହିଛି।
  • ଏହାସହ ଲିଙ୍ଗରାଜ ମନ୍ଦିର ସ୍ଥାନ ଜବରଦଖଲ କରିଥିବା ଲୋକ ପାଇଁ ମଧ୍ୟ ସ୍ବତନ୍ତ୍ର ନିୟମ ରହିଛି।
  • ଶୀମନ୍ଦିର ଢାଞ୍ଚାରେ ଏଣିିକି ଲିଙ୍ଗରାଜ ମନ୍ଦିର ପରିଚାଳିତ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details