ଓଡିଶା

odisha

ETV Bharat / city

କ୍ୟାବିନେଟ ମାରିଲା ମୋହର: ଇସ୍ପାତ ଓ ଖଣି ବିଭାଗକୁ ଗଲା ଇଡିକଲ

ରାଜ୍ୟରେ ଶିଳ୍ପ ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ତଥା ଶିଳ୍ପସଂସ୍ଥାଗୁଡିକୁ ପ୍ରୋତ୍ସାହନ, ସ୍ଥାପନ ଏବଂ ପରିଚାଳନା ନିମନ୍ତେ ୧୯୬୨ ମସିହାରେ ଇଡିକଲ ପ୍ରତିଷ୍ଠା କରାଯାଇଥିଲା । ଅଧିକ ପଢନ୍ତୁ...

By

Published : Jun 10, 2021, 12:49 PM IST

ଇସ୍ପାତ ଓ ଖଣି ବିଭାଗକୁ ଗଲା ଇଡିକଲ
ଇସ୍ପାତ ଓ ଖଣି ବିଭାଗକୁ ଗଲା ଇଡିକଲ

ଭୁବନେଶ୍ବର: ଓଡିଶା ଶିଳ୍ପ ଉନ୍ନୟନ ନିଗମ ଲିମିଟେଡ (ଇଡିକଲ)କୁ ନେଇ ରାଜ୍ୟ କ୍ୟାବିନେଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଇଡ଼କଲକୁ ଇସ୍ପାତ ଓ ଖଣି ବିଭାଗରେ ଅନ୍ତର୍ଭୁକ୍ତ କରିବା ଲାଗି ଆସିଥିବା ପ୍ରସ୍ତାବକୁ ଆଜି କ୍ୟାବିନେଟ ମୋହର ମାରିଛି ।

ରାଜ୍ୟରେ ଶିଳ୍ପ ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ତଥା ଶିଳ୍ପସଂସ୍ଥାଗୁଡିକୁ ପ୍ରୋତ୍ସାହନ, ସ୍ଥାପନ ଏବଂ ପରିଚାଳନା ନିମନ୍ତେ ୧୯୬୨ ମସିହାରେ ଇଡିକଲ ପ୍ରତିଷ୍ଠା କରାଯାଇଥିଲା । ଏହାର କାର୍ଯ୍ୟକଳାପ ଆଧାରରେ ତାହାକୁ ଶିଳ୍ପ ବିଭାଗ ନିକଟରୁ ଇସ୍ପାତ ଓ ଖଣି ବିଭାଗକୁ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ଅର୍ଦ୍ଧ ଶତାବ୍ଦୀର ଅଧିକ ସମୟ ଧରି ରାଜ୍ୟରେ ଶିଳ୍ପାୟନ ଏବଂ ପରିଚାଳନାରେ ଏହା ନିଜର ଉତ୍କର୍ଷ ପ୍ରତିପାଦିତ କରିପାରିଛି । ପରିବର୍ତ୍ତିତ ସମୟରେ ରାଜ୍ୟରେ ଶିଳ୍ପଭିତ୍ତିକ ଅର୍ଥନୀତି ସହିତ ତାଳଦେଇ ଆବଶ୍ୟକତା ଅନୁସାରେ ଇଡିକଲ ଏହାର ମାନବ ସମ୍ବଳ, ବ୍ୟବସାୟ ଓ କାର୍ଯ୍ୟାନ୍ୱୟନକୁ ପୁନର୍ବିନ୍ୟାସ କରିଛି ।

ଇଡିକଲର ବର୍ତ୍ତମାନର କାର୍ଯ୍ୟକଳାପ ମୁଖ୍ୟତଃ ଖଣିଭିତ୍ତିକ ଏବଂ କିଛି ମାତ୍ରାରେ ଶିଳ୍ପଭିତ୍ତିକ ଅଟେ । ବିଗତ କିଛିବର୍ଷ ଧରି ଇଡିକଲ ଚୂନପଥର ଖଣି, ଲୁହାପଥର ଖଣି, ମାଙ୍ଗାନିଜ ଖଣି ଏବଂ କ୍ରୋମାଇଟ୍‍ ଖଣି କାର୍ଯ୍ୟ ସମ୍ପାଦନ କରିଆସୁଛି । ଇଡିକାଲ ବର୍ତ୍ତମାନ ଖଣିଜ ଭିତ୍ତିକ ଶିଳ୍ପଗୁଡିକର ମୂଳ କାର୍ଯ୍ୟକଳାପକୁ ଏକୀଭୂତ କରିବା ଧ୍ୟାନ ଦେଉଛି ।

ଯେହେତୁ ଇଡିକଲର ମୂଳ ଉଦ୍ଦେଶ୍ୟ ବର୍ତ୍ତମାନ ଖଣି କ୍ଷେତ୍ରକୁ ପରିବର୍ତ୍ତିତ ହୋଇଅଛି । ଓଡିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ ପୂର୍ବକ ଇଡିକଲକୁ ଶିଳ୍ପ ବିଭାଗରରୁ ଇସ୍ପାତ ଏବଂ ଖଣି ବିଭାଗକୁ ସ୍ଥାନନ୍ତର କରିବା ନିମନ୍ତେ ପ୍ରସ୍ତାବଟି ମନ୍ତ୍ରୀମଣ୍ଡଳର ଅନୁମୋଦନ ଲାଭ କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details