ଓଡିଶା

odisha

ETV Bharat / city

‘ବିରୋଧୀ ମିଥ୍ୟା ପ୍ରଚାର କରି ହିଂସା ଉସୁକାଉଛନ୍ତି’ - ରାମ ମାଧବଙ୍କ ସିଏଏକୁ ନେଇ ଚର୍ଚ୍ଚା

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ବିରୋଧିଙ୍କୁ କଡା ସମାଲୋଚନା କରିବା ସହ ସିଏଏକୁ ନେଇ ସଚେତନତା ପ୍ରଦାନ କରାଯାଇଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ । ଅଧିକ ପଢନ୍ତୁ...

CAA support meeting organised
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jan 14, 2020, 11:45 PM IST

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ ହେଉଛି ନାଗରିକତା ଦେବାର ଆଇନ । ଏହା କାହାର ନାଗରିକତା ନେବ ନାହିଁ । ଏହି ସଂଶୋଧନରେ କୌଣସି ବିବାଦ ନାହିଁ କି କାହାପ୍ରତି କିଛି ବାଛବିଚାର ନାହିଁ । ଏହାକୁ ବିରୋଧୀମାନେ ଜାଣିଶୁଣି ବିବାଦୀୟ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଦେଶରେ ଶାନ୍ତି ଚାହୁଁନଥିବା ବିରୋଧୀ ଦଳମାନେ ଓ ସେମାନଙ୍କର ସମର୍ଥକମାନେ ହିଂସା କରିବା ପାଇଁ ଉସୁକାଉଛନ୍ତି । ବିରୋଧିମାନେ ବିନା କାରଣରେ ଏହି ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ ବାହାରିଛନ୍ତି । ସେମାନଙ୍କର ଏହି ହୀନ ପ୍ରୟାସ ପାଇଁ ଭାରତ ବିଦେଶରେ ବଦନାମ ହେଉଥିବାର କହିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାମ ମାଧବ । ସେ କହିଛନ୍ତି, ସାରା ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗରେ ଆଲୋଚନା ଚାଲିଛି ଏବଂ ଏହି ଆଇନ ସମ୍ପର୍କରେ ଭୁଲ ଧାରଣାର ଶିକାର ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କିଛି ରାଜନୈତିକ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀ ଏହାକୁ ଏକ ସୁଯୋଗ ବୋଲି ଗ୍ରହଣ କରିନେଇ ପରିସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଦେଇଛନ୍ତି । ତେଣୁ ଏହି ଆଇନର ବାସ୍ତବତା ସର୍ବସମ୍ମୁଖକୁ ଆଣିବା ଜରୁରୀ ହୋଇପଡିଛି । ଏଥିପାଇଁ ବିଜେପି ପକ୍ଷ୍ୟରୁ ସାରା ଦେଶରେ ଜନଜାଗରଣ କାର୍ଯ୍ୟକ୍ରମ କରିବା ସହିତ ବୁଦ୍ଧିଜୀବୀଙ୍କ ସହିତ ସମ୍ପର୍କ କରାଯାଉଛି ।

ନାଗରିକତା ସଂଶୋଧନ ଆଇନ ଆଣି ବିଶ୍ବ ଦରବାରରେ ପାକିସ୍ତାନରେ ଅଣମୁସଲମାନଙ୍କ ଉପରେ ହେଉଥିବା ଆକ୍ରମଣର କଥା ସାରା ବିଶ୍ବକୁ କହିବାର ସୁଯୋଗ ଥିଲା । କିନ୍ତୁ ବିରୋଧୀଙ୍କ ଚକ୍ରାନ୍ତ ପାଇଁ ସେ ସୁଯୋଗ ଆମେ ହରାଇଲୁ । ପାକିସ୍ତାନକୁ ସୁହାଇଲା ଭଳି କଥା ବିରୋଧୀମାନେ ଏବେ ଦେଶରେ କହୁଛନ୍ତି । ପାକିସ୍ତାନ ମୁଖା ଖୋଲିଦେଲେ ବିରୋଧୀଙ୍କୁ କାହିଁକି କଷ୍ଟ ଲାଗୁଛି ବୋଲି ପ୍ରଶ୍ନ କରିଛନ୍ତି ରାମ ମାଧବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details