ଭୁବନେଶ୍ବର:ସେପ୍ଟେମ୍ବର ୧୬ ତାରିଖ ଭୁବନେଶ୍ବରରେ ହେବ ଏୟାର ସୋ' (Air show in Bhubaneswar)। ଏହି ସୋ' ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିପାଇଁ ବାୟୁସେନାର ଇଣ୍ଡସ୍କନ୍ ଟିମ୍ ନେଇ ଆସିଥିବା AN୩୨ ବିମାନ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଛି । ଏହାପରେ C-୧୭ ଗ୍ଲୋବ୍ ମାଷ୍ଟର ଅପରାହ୍ନରେ ଭୁବନେଶ୍ବରରେ ଅବତରଣ କରିଛି(C ୧୭ globe master reached in Bhubaneswar) ।
ଭୁବନେଶ୍ବର ପରେ ସେପ୍ଟେମ୍ବର 18 ତାରିଖରେ ପୁରୀରେ ଏୟାର ସୋ’ ଆୟୋଜନ ହେବ । ପୁରୀରେ ସୂର୍ଯ୍ୟକିରଣ ସୋ’ରେ ଭାଗ ନେବାକୁ ଥିବା 11ଟି ହକ୍ ବିମାନ କର୍ଣ୍ଣାଟକର ବିଦାରରୁ ଆସିଛି । ତେବେ ଆଜି(ମଙ୍ଗଳବାର) ପାଗ ଖରାପ ଥିବାରୁ ସମସ୍ତ ବିମାନ ପହଞ୍ଚି ପାରିନାହିଁ । ଆସନ୍ତାକାଲି(ବୁଧବାର) ସୋ’ ହେବାକୁ ଥିବା ସ୍ଥାନରେ ମ୍ୟାପିଂ କରିବ ବାୟୁସେନା( Surya Kiran air show to be held in Bhubaneswar) । ଏହାକୁ ନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି ।