ଭୁବନେଶ୍ବର: ଗତ ପଞ୍ଚାୟତ ନିର୍ବାଚନବେଳେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ସେଠାରେ ପୁନର୍ବାର ବିଧି ବ୍ୟବସ୍ଥା ଅନୁସାରେ ନିର୍ବାଚନ କରାଇବା ଲାଗି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମେ ମାସ ୨୭ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ ।
ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ, ଏପ୍ରିଲ ୨୬ ତାରିଖରେ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ନୋଟିସ୍ ଜାରି କରାଯିବ । ଏପ୍ରିଲ ୨୯ରୁ ମେ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଗ୍ରହଣ ଓ ଦାଖଲ କରାଯିବ । ମେ ୪ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ମେ ୫ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମେ ୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମେ ୨୭ରେ ସକାଳ ୭ଟାରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ସେହିପରି ମେ ୨୮ରେ ଭୋଟଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।