ଭୁବନେଶ୍ବର: ରାଜ୍ୟରେ ଦୁଇଟି ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ ମତଦାନ ଜାରି ରହିଛି । ସନ୍ଧ୍ୟା 5ଟା ସୁଦ୍ଧା ବାଲେଶ୍ବରରେ 68.19 ପ୍ରତିଶତ ଓ ତିର୍ତ୍ତୋଲରେ 67.97 ପ୍ରତିଶତ ମତଦାନ ହୋଇଛି । ସମୁଦାୟ 68.08 ପ୍ରତିଶତ ଭୋଟ ଗ୍ରହଣ ହୋଇଛି । ତେବେ ଅପରାହ୍ନ 3ଟା ସୁଦ୍ଧା ବାଲେଶ୍ବରରେ 54.85 ପ୍ରତିଶତ ଓ ତିର୍ତ୍ତୋଲରେ 55.23 ପ୍ରତିଶତ ମତଦାନ ହୋଇଛି । ସମୁଦାୟ 55.04 ପ୍ରତିଶତ ଭୋଟ ଗ୍ରହଣ ହୋଇଛି ।
ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଭୋଟିଂ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । କୌଣସି କିଛି ଗଡବଡ ହେବାର ସୂଚନା ଆସିନଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ତେବେ ଅପରାହ୍ନ 1ଟା ଓ 3ଟା ସୁଦ୍ଧା ବାଲେଶ୍ବର ଯଥାକ୍ରମେ 41.36 ପ୍ରତିଶତ ଓ 54.85 ପ୍ରତିଶତ ଓ ତିର୍ତ୍ତୋଲରେ 39.68 ପ୍ରତିଶତ ଓ 55.23 ପ୍ରତିଶତ ମତଦାନ ହୋଇଥିଲା । ସମୁଦାୟ 55.04 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା ।