ଓଡିଶା

odisha

ETV Bharat / city

୪.୮ କୋଟିରେ ପହଞ୍ଚିଲା ୮୦ ଲକ୍ଷର ଲୋନ, ସୁଝି ନପାରି ଗଲେ ଜେଲ

ବ୍ୟାଙ୍କକୁ ଚୂନା ଲଗାଇ ଗିରଫ ବ୍ୟବସାୟୀ । ଭୁବନେଶ୍ବର ଆରକେ ଟିମ୍ବର ମାଲିକ ନରେନ୍ଦ୍ର କୁମାର ସାହୁକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (EOW) । ଅଧିକ ପଢନ୍ତୁ..

4.8 କୋଟିର ବ୍ୟାଙ୍କ  ଠକେଇ , ବ୍ୟବସାୟୀ ଗିରଫ
4.8 କୋଟିର ବ୍ୟାଙ୍କ ଠକେଇ , ବ୍ୟବସାୟୀ ଗିରଫ

By

Published : Apr 6, 2021, 7:01 PM IST

ଭୁବନେଶ୍ବର: ବ୍ୟାଙ୍କକୁ ଚୂନା ଲଗାଇ ଗିରଫ ବ୍ୟବସାୟୀ । ଭୁବନେଶ୍ବର ଆର କେ ଟିମ୍ବର ମାଲିକ ନରେନ୍ଦ୍ର କୁମାର ସାହୁକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (EOW) ।

4.8 କୋଟିର ବ୍ୟାଙ୍କ ଠକେଇ , ବ୍ୟବସାୟୀ ଗିରଫ

EOW ଯାଞ୍ଚ ଅନୁସାରେ, ୨୦୦୯ ରେ ୬ଟି ପ୍ଲଟ ମଡଗେଜ ଦେଖାଇ ଆଇଡିବିଆଇ ଜନପଥ ଶାଖାରୁ ୮୦ ଲକ୍ଷର ନଗଦ ଲୋନ ନେଇଥିଲେ ନରେନ୍ଦ୍ର ସାହୁ । ହେଲେ ପରବର୍ତ୍ତୀ ସମୟରେ ଏହି ଋଣ ଟଙ୍କା ପରିଶୋଧ କରିନଥିବା ଏଥିରେ ସୁଧ ଉପରେ ସୁଧ ବଢି ଏହା ୪ କୋଟି ୮୦ ଲକ୍ଷରେ ପହଞ୍ଚିଥିଲା । ଏପଟେ ଏହି ମଡଗେଜ ଥିବା ପ୍ଲଟକୁ ବିଭିନ୍ନ ପର୍ଯାୟରେ ବ୍ୟାଙ୍କ ଅଜାଣତରେ ବିକ୍ରି କରିଛନ୍ତି ନରେନ୍ଦ୍ର । ଏ ସମ୍ବନ୍ଧରେ ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବା ପରେ ଅର୍ଥନୈତିକ ଅପରାଧ ଶାଖାରେ ଏନେଇ ବ୍ୟାଙ୍କ ସିନିୟର ରିଜନାଲ ହେଡ ଅସିତ କୁମାର ପାରହୀ ଲିଖିତ ଅଭିଯୋଗ କରିଥିଲେ ।

ପରେ ଏ ନେଇ ତଦନ୍ତ କରି ଇଓଡବ୍ଲୁ କାଠ ବେପାରୀର ଠକାମିର ପର୍ଦ୍ଦାଫାଶ ହୋଇଛି । ଏନେଇ ଆପିସିର ଧାରା ୪୦୬,୪୨୦,୪୦୯,୪୬୭,୪୬୮,୪୭୧,୧୨୦ବି ରେ ନରେନ୍ଦ୍ର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଚନ୍ଦକା ପୋଲିସ ଷ୍ଟେସନ ଅନ୍ତର୍ଗତ କଣ୍ଟାବାଡ ମଉଜାରେ ଅବସ୍ଥିତ 6ଟି ପ୍ଲଟ ବନ୍ଧକ ବିରୋଧରେ ଜନପଥରୁ ଆଇଡିବିଆଇ ବ୍ୟାଙ୍କ ଲିମିଟେଡରୁ 80 ଲକ୍ଷ ଟଙ୍କା ନଗଦ ଋଣ ସହିତ ସାହୁଙ୍କୁ 2009 ମସିହାରେ ମଞ୍ଜୁର କରାଯାଇଥିଲା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details